Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରବାଟୀକୁ ବିଶ୍ୱସ୍ତରୀୟ ଷ୍ଟାଡିଅମ କରାଯାଉ: ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସୋଫିଆ ଫିରଦ୍ଦୋଶ

କଟକ,୨୮|୧୧: ବାରବାଟୀକୁ ବିଶ୍ୱସ୍ତରୀୟ ଷ୍ଟାଡିଅମ କରିବାକୁ ସୋଫିଆଙ୍କ ପ୍ରୟାସ | ଏ ବିଷୟ ନେଇ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିରଦ୍ଦୋଶ । ପୂର୍ବରୁ ଏ ବାବଦରେ ଘୋଷଣା କରାଯାଇଥିବା ସତ୍ୱେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ତେବେ ଆଗକୁ ଭାରତ ସହିତ ଦକ୍ଷିଣ ଆଫ୍ରିକାର ମ୍ୟାଚ ଅଛି । ବିସିସିଆଇ ଓ ରାଜ୍ୟ ସରକାର ମିଳିତ ସହଯୋଗରେ ଷ୍ଟାଡିଅମର ଉନ୍ନତିକରଣ କରିବାକୁ ସୋଫିଆ କହିଛନ୍ତି |

କଂଗ୍ରେସ ସମୟରେ ବାରବାଟୀ ଷ୍ଟାଡିଅମର ନିର୍ମାଣ କରାଯାଇଥିଲା । କିନ୍ତୁ ପୂର୍ଵ ସରକାର ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ସତ୍ୱେ ବାରବାଟୀ ଷ୍ଟାଡିଅମକୁ ଅବହେଳା କରାଗଲା । ଶେଷ ଆଡ଼କୁ ବିଜେଡ଼ି ସରକାର ବିଶ୍ୱସ୍ତରୀୟ ଷ୍ଟାଡିୟମ୍ କରିବାକୁ ଘୋଷଣା କଲେ । ନୂଆ ସରକାର କ୍ଷମତାକୁ ଆସିବାର ପ୍ରାୟ ଦେଢ଼ ବର୍ଷରୁ ଅଧିକ ପୁରିଲାଣି କିନ୍ତୁ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ଅପଗ୍ରେଡ଼ କରାଗଲା ନାହିଁ, ତୁରନ୍ତ ଏହାକୁ ଅପଗ୍ରେଡ଼ କରାଯାଉ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ