Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନଗଣନାକୁ ନେଇ ଆସୁଛି ନୂଆ ବିଲ୍‌;୧୮ ବର୍ଷ ପରେ ଭୋଟର ଲିଷ୍ଟରେ ଆପେ ଚଢିଯିବ ନାଁ

ନୂଆଦିଲ୍ଲୀ: ଜନଗଣନାକୁ ନେଇ ବଡ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଜନଗଣନାକୁ ନେଇ ଆସୁଛି ନୂଆ ବିଲ୍‌। ଏ ନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ସରକାର ସଂସଦରେ ଏକ ନୂଆ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାକୁ ପଡ଼ିବ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶାହ କହିଛନ୍ତି, ଜନ୍ମ ଏବଂ ମୃତ୍ୟୁ ସହ ଜଡିତ ଭୋଟରଙ୍କ ସମ୍ପର୍କିତ ସମସ୍ତ  ସୂଚନା  ଭୋଟର ଲିଷ୍ଟ ସହ ଯୋଡାଯିବ । ସେ କହିଛନ୍ତି ଏଥିପାଇଁ ଡିଜିଟାଲ ଜନଗଣନା ବେଶ ଉପଯୋଗୀ ହେବ ।

ସେ ଆହୁରି କହିଛନ୍ତି, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ସ୍ୱତନ୍ତ୍ର ଭାବେ ସଂରକ୍ଷିତ କରାଯାଇ ପାରିଲେ ସାମଗ୍ରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହଜ ହେବ । ଏଥିପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ଏ ଦିଗରେ ସରକାର କାମ କରୁଛନ୍ତି । ଏ ନେଇ ସରକାର ଏକ ବିଲ ମଧ୍ୟ ଆଣୁଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ। ଏହାଦ୍ବାରା ୧୮ ବର୍ଷ  ହେବା ପରେ  ଭୋଟର ଲିଷ୍ଟରେ ଆପେ ଆପେ ନାଁ ଚଢିଯିବ । ଏଥିପାଇଁ ଆବେଦନ କରିବାକୁ ପଡିବ ନାହିଁ । ସେହିପରି ଯଦି ଜଣଙ୍କର ମୃତ୍ୟୁ ଘଟିଲା ତେବେ ମୃତ୍ୟୁ ପ୍ରମାଣପତ୍ର କାଢିବା ପରେ ପରେ ଡାଟା ଆପେ ଆପେ ନିର୍ବାଚନ ଆୟୋଗଙ୍କ ପାଖକୁ ଚାଲିଯିବ ଏବଂ ତାଙ୍କର ନାଁ ଭୋଟର ଲିଷ୍ଟରୁ  କାଟିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବ ।