Ayushmann Khurrana Threat: ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଧମକପୂର୍ଣ୍ଣ ଅଡିଓ ମେସେଜ୍, କୋଟି କୋଟି ଟଙ୍କା ଦାବିର ସତ୍ୟତା ଯାଞ୍ଚ କରୁଛି ପୋଲିସ
ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ଏକ ଧମକପୂର୍ଣ୍ଣ ଅଡିଓ ମେସେଜ୍ ମିଳିଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ଅଡିଓ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ କୋଟି କୋଟି ଟଙ୍କା ଦାବି କରିଛି। ଏହି ଅଡିଓର ସତ୍ୟତା ଯାଞ୍ଚ କରୁଛି ପୋଲିସ। ଏଥିରେ ଶୁଣାଯାଉଥିବା ସ୍ୱରକୁ ପୋଲିସ ରେକର୍ଡରେ ଥିବା ସ୍ୱର ସହ ମିଳାଇ ଦେଖାଯାଉଛି।
ଏହା ପୂର୍ବରୁ ଅଭିନେତା ତୁଷାର କପୁରଙ୍କୁ ମଧ୍ୟ ହ୍ୟାରି ବକ୍ସର ନାମରେ ଏକ ଧମକପୂର୍ଣ୍ଣ ଅଡିଓ ମେସେଜ୍ ମିଳିଥିଲା। ତେବେ ପ୍ରାଥମିକ ଯାଞ୍ଚରେ ଏହା ନକଲି ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଥିଲା। ସେହିପରି ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଫିଲ୍ମ ଜଗତର ବ୍ୟକ୍ତିତ୍ୱଙ୍କୁ ମିଳୁଥିବା ଧମକ ମାମଲାରେ ପୋଲିସ ତଦନ୍ତକୁ ଜୋରଦାର କରିଛି।
ବର୍ତ୍ତମାନ ପୋଲିସ ଆୟୁଷ୍ମାନଙ୍କୁ ମିଳିଥିବା ଅଡିଓ ମେସେଜ୍ ପଛରେ କିଏ ଅଛି ଏବଂ ଏହା ପ୍ରକୃତରେ କୌଣସି ଗ୍ୟାଙ୍ଗ ସହ ଜଡ଼ିତ କି ନାହିଁ, ସେନେଇ ତଦନ୍ତ କରୁଛି। ଅଡିଓରେ ଦାବି କରାଯାଇଥିବା ବ୍ୟକ୍ତିର ପରିଚୟ ଓ ଗ୍ୟାଙ୍ଗ ସହ ସମ୍ପର୍କ ଯାଞ୍ଚ ପରେ ହିଁ ଘଟଣାର ସତ୍ୟତା ସ୍ପଷ୍ଟ ହେବ।

