ପଦୋନ୍ନତି ପାଇବାକୁ ହେଲେ କର୍ମଚାରୀଙ୍କୁ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପଡ଼ିବ…
ଭୁବନେଶ୍ୱର: ପଦୋନ୍ନତି ପାଇବାକୁ ହେଲେ ନିଜ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପଡ଼ିବ। ଏନେଇ ଓଡ଼ିଶା ସରକାର କର୍ମଚାରୀମାନଙ୍କୁ କହିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ନଭେମ୍ବର ୨୭ ତାରିଖରେ ଏହି ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଥିଲା। “ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ, ପଦୋନ୍ନତି ପାଇଁ ସମ୍ପତ୍ତି ବିବରଣୀର ଦାଖଲ ଜରୁରୀ। ତଥାପି ବିଭିନ୍ନ ବିଭାଗ ବିଭିନ୍ନ ସମୟରେ ଏହା ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ। ଯେଉଁଥିପାଇଁ ସ୍ପଷ୍ଟୀକରଣ ସହିତ ଏକ ନୂତନ ସର୍କୁଲାର ଜାରି କରାଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି।
ତେବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି। ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଅନେକ ଥର ଚିଠି ଲେଖାଯାଇଥିଲା। ହେଲେ ସମ୍ପତ୍ତି ତାଲିକା ବାବୁ ମାନେ ଦେଇନଥିଲେ। ଆଉ ଏବେ ମେ ୩୧କୁ ଡେଡଲାଇନ ରଖାଯାଇଛି ।

