ମଧ୍ୟାହ୍ନ ଭୋଜନ ଚାଉଳକୁ ନେଇ ଶିକ୍ଷଙ୍କ କଳାକାରନାମା; ପ୍ରାୟ ୭ ରୁ ୮ ବସ୍ତା ଚାଉଳ ବାହାରେ ବିକ୍ରି
ନୟାଗଡ ;୨|୧୨: ପୁଣି ଚାଉଳ ଚୋରି ମାମଲାରେ ଶିକ୍ଷକ | ପୂର୍ବରୁ ଏମିତି ଏକ ଘଟଣା ଶୁଣିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା | ପିଲାଙ୍କ ମଧ୍ୟାହ୍ନ ଭୋଜନ ଜନିତ ଏହିଭଳି କାଣ୍ଡ ଏବେ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି | ଠିକ ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ସଦର ଥାନା ଉଦୟପୁର ପ୍ରାଥମିକ ବିଦ୍ୟାଳୟରେ | ଚାଉଳ ବିକିଦେଲେ ଶିକ୍ଷକ, ତାତିଲେ ଅଭିଭାବକ। ସ୍କୁଲରେ ପହଞ୍ଚି ଜବାବ ମାଗିଲା ବେଳକୁ ଛୁଟିରେ ଚାଲିଯାଇଛନ୍ତି ସମ୍ପୃକ୍ତ ଶିକ୍ଷକ । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପରେ ହସ୍ତକ୍ଷେପ କରିଛି ଜିଲ୍ଲା ପ୍ରଶାସନ l ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସ୍କୁଲକୁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳରୁ ପ୍ରାୟ ୭ ରୁ ୮ ବସ୍ତା ଚାଉଳ ବାହାରେ ବିକ୍ରି କରିଦିଆଯାଇଛି । ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଭାପତି ଏହି ବେଆଇନ କାର୍ଯ୍ୟରେ ସେହି ଶିକ୍ଷକଙ୍କୁ ସହଯୋଗ କରିଛନ୍ତି |
ଏନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ଆଲୋଚନା ପାଇଁ ସୋମବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା l ହେଲେ ଗ୍ରାମବାସୀ ସ୍କୁଲ ରେ ପହଁଚିଲା ବେଳକୁ ଶିକ୍ଷକ ଜଣକ ଛୁଟିରେ ଚାଲିଯାଇଛନ୍ତି l ଏହାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସ୍କୁଲ ପରିସରରେ ଉତ୍ତେଜନା ଦେଖାଯାଇଥିଲା l ଖବର ପାଇ ପ୍ରଥମେ ସିଆରସିସି ଓ ବିଇଓ ସ୍କୁଲରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

