ବିବାଦ ପରେ ମଇଦାନକୁ ଓଲ୍ହାଇଲେ ବିରାଟ କୋହଲି ; ଖେଳିବେ ବିଜୟ ହଜାରେ ଟ୍ରଫି
ନୂଆଦିଲ୍ଲୀ,୨।୧୨: ବହୁ ବିବାଦ ପରେ ବିରାଟ କୋହଲି ଏବେ ମଇଦାନକୁ ଓଲ୍ହାଇଛନ୍ତି | ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ନିଜର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସେ ମନା କରିଥିଲେ | ଏହା ପରେ ବିସିସିଆଇ ସିଲେକ୍ଟରମାନେ ତାଙ୍କୁ ବୁଝାଇଥିଲେ। ଜାତୀୟ ଦଳରେ ସ୍ଥାନ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ| ଏହାକୁ ନେଇ ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କ ସର୍ତ୍ତ ଏବଂ ବିସିସିଆଇର କଡ଼ା ନିୟମ କରିଥିଲେ | ଏହି ନିୟମ ପାଇଁ କୋହଲିଙ୍କ ଉପରେ ବହୁତ ଚାପ ପଡିଥିଲା। କାରଣ ରୋହିତ ଶର୍ମା ମୁମ୍ବାଇ ପାଇଁ ଖେଳିବାକୁ ରାଜି ହୋଇଥିବା ବେଳେ କୋହଲିଙ୍କୁ କିପରି ବାଦ୍ ଦିଆଯିବ| ସେ ନେଇ ପ୍ରଶ୍ନ ଉଠିଥିଲା। ଫଳରେ ବିସିସିଆଇର ସିଲେକ୍ଟରମାନେ ତାଙ୍କୁ କିଛି ମ୍ୟାଚ୍ ଖେଳିବା ପାଇଁ ରାଜି କରାଇଛନ୍ତି।
କୋହଲି ଦିଲ୍ଲୀ ଦଳ ପାଇଁ ଖେଳିବେ | ଏହା ତାଙ୍କର ୨୦୧୦ ଫେବୃଆରୀ ପରେ ପ୍ରଥମ ବିଜୟ ହଜାରେ ଟ୍ରଫି ହେବ। ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ବ୍ୟସ୍ତ ଅଛନ୍ତି। ଏହା ପରେ ସେ ଲଣ୍ଡନ ଯାଇ ପରିବାର ସହ ସମୟ କାଟିବା ପରେ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବେ। ଦିଲ୍ଲୀ ଡିସେମ୍ବର ୨୪ ରେ ବେଙ୍ଗାଲୁରୁରେ ଆନ୍ଧ୍ର ବିପକ୍ଷରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ। କୋହଲି କେତୋଟି ମ୍ୟାଚ୍ ଖେଳିବେ ତାହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ତାଙ୍କର ଉପସ୍ଥିତି ଦିଲ୍ଲୀ ଡ୍ରେସିଂ ରୁମ୍ ପାଇଁ ଏକ ବଡ଼ ଉତ୍ସାହ ସୃଷ୍ଟି କରିବ। ଘରୋଇ ମ୍ୟାଚ୍ରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ପୂର୍ବରୁ ଅଦ୍ଭୁତପୂର୍ବ ସଂଖ୍ୟାରେ (୧୨,୦୦୦ରୁ ଅଧିକ) ଉପସ୍ଥିତ ରହିଥିବାରୁ ଏଥର ମଧ୍ୟ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି।

