Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ!

କଣ୍ଟାବାଞ୍ଜି;୪|୧୨: ରାଜନୀତିରେ ଏକ ଚାଞ୍ଚଲ୍ୟକର ଘଟଣା | ବିଧାୟକଙ୍କୁ ମିଳିଛି ହତ୍ୟାର ଧମକ | ୨୦୨୪ ନିର୍ବାଚନରେ ବିଜୟ ଲାଭ କରିଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ। କଣ୍ଟାବାଞ୍ଜି ଜିଆରପି ଷ୍ଟେସନରେ ଏତଲା ଦେଇଛନ୍ତି ବିଧାୟକ। ସୂଚନା ଅନୁଯାଇ କାଉସିଲର ବଣ୍ଟି ବେହେରାଙ୍କ ସମେତ ଅନ୍ୟ ୬ ଜଣଙ୍କ ନାମରେ ଦିଆଯାଇଛି ଏତଲା  |

ହତ୍ୟା ଧମକର କାରଣ ଦର୍ଶାଇ ପୋଲିସ କହିଛି ଯେ, ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନରେ ଯାତ୍ରା କରୁଥିଲେ। ସେହି ସମୟରେ ସେ ଲିଙ୍କ୍ ଏକ୍ସପ୍ରେସରେ ବେଆଇନ ଭାବେ ଦାଦନ ଯାଉଥିବା କିଛି ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପ୍ରଶ୍ନ ପଚାରିଥିଲେ । ହେଲେ ଏହାର ଉତ୍ତର ନ ଦେଇ କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ ରୁ ଅଧିକ ଲୋକ ବିଧାୟକ ଲକ୍ଷ୍ମଣ ବାଗକୁ ଦୁର୍ବ୍ୟବହାର ଦେବା ସହିତ ହତ୍ୟା ଧମକ ଦେଇଥିଲେ । ଯେଉଁଥିପାଇଁ ସେ ଏତଲା ଦେଇଛନ୍ତି । ତେବେ ଏତଲା ଦେବା ପରେ ଜିଆରପି ତରଫରୁ ଏହାକୁ ନେଇ ତଦନ୍ତ ଜାରିରହିଛି।

ସୂଚନା ମୁତାବକ ଗତ ୨୦୨୪ ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ଲକ୍ଷ୍ମଣ ବାଗ ଏବଂ ତାଙ୍କ ବିପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ | ସେହି ନିର୍ବାଚନରେ ଲକ୍ଷ୍ମଣ ବାଗ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ | ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ବିଧାୟକ ଏଠି ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତାଙ୍କ ସୁରକ୍ଷାର ଦାୟିତ୍ୱ କାହା ହାତରେ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ