ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି!
ଭୁବନେଶ୍ୱର,୪|୧୨: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ତ୍ରୁଟି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଲି ଅଧିବେଶନ ସାରି ଫେରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଆସୁଥିବା ସମୟରେ ହଠାତ ଏକ ଅଜଣା କାର ଧସେଇ ହୋଇ ସେ ରାସ୍ତାରେ ପଶି ଯାଇଥିଲା | ତେବେ ଏଠାରେ ଟ୍ରାଫିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି |
ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଯିବା ସମୟରେ ସାଧାରଣ ଲୋକଙ୍କ ଯିବା ପାଇଁ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥାଏ। କାର୍କେଡ଼ ଯିବା ପରେ ପୂର୍ବ ଭଳି ସାଧାରଣ ଲୋକଙ୍କ ପାଇଁ ଯିବା ଆସିବାକୁ ସ୍ୱାଭାବିକ କରାଯାଏ | ତେବେ ଘଟଣା ପରେ ପୋଲିସ ଅଧିକାରୀ କାରକୁ ଅଟକ ରଖି ପଚରା ଉଚୁରା କରିଛନ୍ତି | ଦିନକୁ ଦିନ ରାଜଧାନୀରେ ଟ୍ରାଫିକ ସମସ୍ୟାରେ ବିଶୃଙ୍ଖଳା ଦେଖାଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଟ୍ରାଫିକ ବ୍ୟବସ୍ଥାରେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଉପରେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ?

