Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ କରିଛି ପାଗଳ ! ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ

କେନ୍ଦୁଝର;୪।୧୨ : ପ୍ରେମ ପାଇଁ ଏକ ସାଙ୍ଘାତିକ ଘଟଣା ଘଟିଛି | ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଆଜି ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ ଏବଂ ବର୍ଷ ୨୯| ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ଅନୁଯାଇ, ତିନି ବର୍ଷ ହେଲା ଦଶମନ୍ତ ନୟାକୋଟ ଥାନା ଅଞ୍ଚଳର ଏକ ଝିଅକୁ ପ୍ରେମ କରି ଆସୁଥିଲେ। ତେବେ ଝିଅର ମା’ ବାପା ରାଜି ନ ହେବାରୁ ସେମାନଙ୍କ ଉପରେ ଚାପ ପକାଇବାକୁ ଭୋର୍‌ ୪ ଟାରୁ ଟାୱାର ଉପରେ ଚଢ଼ି ଯାଇଥିଲେ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ପୋଲିସ ପହଞ୍ଚି ଦମକଳବାହିନୀ ଜରିଆରେ ତଳେ ଜାଲ ବାନ୍ଧି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ