Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁ ପୋଉଥିବା ବେଳେ ବାଇକ ଧକ୍କା ରେ ପୁତୁରା ଙ୍କ ମୃତ୍ୟୁ, କାକା ଗୁରୁତର।

କଳାହାଣ୍ଡି,୦୪/୧୨ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମ ର ଜଣେ ଚାଷୀ ତଥା ବେହେରା ଲଖିରାମ କଲେଜ ରେ ପିଅନ ଭାବେ କାର୍ଯ୍ୟରତ ଥିବା ଅଶୋକ ଚଣ୍ଡି (୫୬) ଓ ତାଙ୍କ ସମ୍ପର୍କୀୟ କାକା ନରସିଂହ ଚଣ୍ଡି ବୁଧବାର ସନ୍ଧ୍ୟା ୮ ଟା ରେ ନିଜ ଗାଁ ଡାଲଗୁମା ଫୁଟବଲ ପଡିଆ ନିକଟରେ ଥିବା ତାଙ୍କ ଖଳା ନିକଟରେ ନିଆଁ ପୋଉଥିବା ବେଳେ ବେହେରା ପଟୁ ସେହି ଗ୍ରାମ ର ଯୁବକ ରାହୁଲ ଧରୁଆ ଏକ ବାଇକ ରେ ଦ୍ରୁତ ଗତିରେ ଆସି ରାସ୍ତା କଡ ରେ ଥିବା ନିଆଁ ତାପୁଥିବା ଅଶୋକ ଓ ନରସିଂହ ଙ୍କୁ ଧକ୍କା ଦେଇଥିଲା। ବାଇକ ଟି ଅଶୋକ ଉପରେ ଚଢ଼ି ଯିବାରୁ ସେ ଛିଟିକି ପଡିବା ସହ ଗୁରୁତର ହୋଇ ପଡ଼ିଥିଲେ। ପରେ ପରିବାର ଲୋକେ ଉଭୟ ଗୁରୁତର ଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଜଟିଳ ଥିବାରୁ ଉଭୟ ଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମେଡ଼ିକାଲ କୁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ଚଣ୍ଡି ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଗ୍ରାମ ରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଙ୍କ ସମ୍ପର୍କୀୟ କୋକସରା ପୁଲିସ କୁ ଏନେଇ ଲିଖିତ ଅଭିଯୋଗ ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ଏକ ଦୁର୍ଘଟଣା ଜନିତ ମାମଲା ୩୧୭/୨୫ ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ ଅଶୋକ ଚଣ୍ଡି ବେହେରା କଲେଜ ରେ ପିଅନ ଭାବେ କାର୍ଯ୍ୟରତ ଥିଲେ, ତାଙ୍କ ଦୁଃଖଦ ମୃତ୍ୟୁ କୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ