Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ସବୁ ଗୁମର ଖୋଲିଲେ ବିଜେଡି ବିଧାୟକ ସନାତନ ମହାକୁଡ଼ ; କଲେ ସିଧା ଟାର୍ଗେଟ

କେନ୍ଦୁଝର; ୭ା୧୨: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ଭିତରେ ଏହି ଉତ୍ସବରେ ଯୋଗ ଦେଇଥିବା ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ | ସେ ସଭା ମଧ୍ୟରେ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରଙ୍କୁ ସିଧା ସିଧା ଟାର୍ଗେଟ୍‌ କରିଛନ୍ତି। କହିଛନ୍ତି ଯେ , ବିଜେଡି ସରକାର ଜିଲ୍ଲାର ଖଣି ଖାଦାନରୁ ବହୁ ରାଜସ୍ବ ନେଇଛନ୍ତି | କିନ୍ତୁ କେନ୍ଦୁଝରର ଆରାଧ୍ୟ ମା’ ତାରିଣୀ ପୀଠକୁ ମାତ୍ର ୫୦ କୋଟି ଦେଇଛନ୍ତି। ଯାହାକି ସମୁଦ୍ରକୁ ଶଙ୍ଖେ ସହିତ ସମାନ। ତେବେ ମୋହନ ସରକାର ତଥା କେନ୍ଦୁଝର ମାଟିର ସନ୍ତାନ ମୋହନ ମାଝୀ ବହୁତ୍ ଅଧିକ ଦେଇଛନ୍ତି ବୋଲି ସେ କହିଛନ୍ତି ।

ପୂର୍ବ ସୂଚନା ଅନୁଯାଇ , ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ବେଳେ ଘଟଗାଁରେ ବିମାନ ଯୋଗେ ପହଞ୍ଚିଥିଲେ | ଏହାପରେ ସେଠାରୁ ଏକ ବାଇକ୍ ରାଲିରେ ଯାଇ ଘଟଗାଁ ମନ୍ଦିରରେ ପଂହଁଚିଥିଲେ । ପ୍ରଥମେ ମନ୍ଦିର ପରିସରରେ ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଘଟଗାଁ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସେ ଘଟଗାଁ ମିନି ଷ୍ଟାଡ଼ିୟମରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ସେ ତାଙ୍କର ଉଦବୋଧନ ଦେଇଛନ୍ତି । ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories