ରାଜପୁତ କ୍ଷତ୍ରିୟ ପାଇକ ସମାଜ ର ବାର୍ଷିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
କଳାହାଣ୍ଡି,୦୮/୧୨
କଳାହାଣ୍ଡି ଜିଲ୍ଲା ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ଭଇରୀଗୁଡା ର ବାର୍ଷିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ୨୦୨୫ କଲମପୁର ବ୍ଲକ ଦେପୁର ମଣ୍ଡଳ ପୋଟେସ ପଲ୍ଲି ଠାରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା କୁ କୁଳପତି ରଜନୀକାନ୍ତ ବିଶି ଙ୍କ ସଭାପତିତ୍ୱ ଓ ମୁଖ୍ୟ ପରାମର୍ଶ ଦାତା ଯୁଗଳ କିଶୋର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ର ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡୋମି ଦ୍ୱାରା ସମ୍ମାନଜନକ ଓଡିଶା ଏକାଡୋମି ସମ୍ମାନ ପ୍ରାପ୍ତ କୃପାସିନ୍ଧୁ ନାଏକ, ପ୍ରଣବ ପ୍ରକାଶ ଭଞ୍ଜ(ମୁଖ୍ୟ ଉପସ୍ଥାପକ) ଓ ଘୁମୁରା ଗୁରୁ ଓ କବି ଦୟାନିଧି ବାଣୁଆ ଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ସମସ୍ତ କୁଳସୋଦର,ମଣ୍ଡଳ ସଦସ୍ୟ,ପରାମର୍ଶ ଦାତା ମାନଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ବୈଠକରେ ଆଗାମୀ ଦିନରେ ସମାଜ ର ବିଭିନ୍ନ କାର୍ଯ୍ୟ କୁ ନେଇ ଆଲୋଚନା କରିଥିଲେ। କୁଳପତି ଶ୍ରୀ ବିଶି ଙ୍କ ସମେତ କୁଳ ସଚିବ ନରୋତ୍ତମ ପୁଝାରି, ସହ ସଚିବ ଲବ ଦଳପତି, ସାଙ୍ଗଠାନିକ ସମ୍ପାଦକ ଶେଷଦେଵ ପାତ୍ର, କୋଷାଧ୍ୟକ୍ଷ ଦ୍ୱିତୀକୃଷ୍ଣ ପୁଝାରି, କୁଳସୋଦର ନୀଳକଣ୍ଠ ପାତ୍ର, ଇନ୍ଦ୍ରମଣି ଧଙ୍ଗଡା ମାଝୀ, ଘନଶ୍ୟାମ ଗୁରୁ, ପାରେଶ୍ୱର ପୁଝାରି, ମୁଖ୍ୟ ପରାମର୍ଶ ଦାତା ଯୁଗଳ କିଶୋର ନାଏକ, ମୁଖ୍ୟ ରାମ ଦଣ୍ଡସେନା, ଅଶୋକ ପ୍ରଧାନୀ, ଗୁଣନିଧି ଧଙ୍ଗଡା ମାଝୀ, ସମସ୍ତ ମଣ୍ଡଳ ସଦସ୍ୟ, ପଲ୍ଲି ସଭାପତି ପ୍ରମୁଖ ସମାଜ ର ବିଭିନ୍ନ ବ୍ୟବସ୍ଥା ଉପରେ ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ସାଙ୍ଗଠାନିକ ସମ୍ପାଦକ ଶେଷଦେଵ ପାତ୍ର ଓ ମଣ୍ଡଳ ପ୍ରଭାରୀ କୃପାସିନ୍ଧୁ ନାଏକ ପରିଚାଳନା କରିଥିବା ବେଳେ ପୋଟେସ ପଲ୍ଲି ର ସାମାଜିକ ସଦସ୍ୟ ମାନେ ସହଯୋଗ କରିଥିଲେ।

