Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୪ଟି ଜିଲ୍ଲାରେ ଶୀତଲହରୀ; IMD ପକ୍ଷରୁ ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର;୮|୧୨:ଏବେ ଚାଲିଛି ବିଭିନ୍ନ ଜିଲ୍ଲାରେ ଶୀତର ଲହରୀ | ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଶୀତର ପ୍ରକୋପ ସାରା ରାଜ୍ୟରେ ପ୍ରଭାବିତ କରୁଛି | ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୪ଟି ଜିଲ୍ଲାରେ ଶୀତଲହରୀ ପ୍ରଭାବ ଅଧିକ ରହିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି। IMD ର ସୂଚନା ଅନୁଯାୟୀ, ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ଶୀତଲହରୀ ପରିସ୍ଥିତି ଲାଗି ରହିବାର ସମ୍ଭାବନା ଅଛି। ଆଗାମୀ ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ଥିବାରୁ ଏହି ତିନୋଟି ଜିଲ୍ଲା ପାଇଁ IMD ପକ୍ଷରୁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୋନପୁର, ଅନୁଗୁଳ ଏବଂ ବଲାଙ୍ଗୀର ଜିଲା ଗୁଡ଼ିକରେ ହାଲୁକା ଧରଣରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତଲହରୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସହରର ସର୍ବାଧିକ ତାପମାତ୍ରା ୨୮°c ରହିବାକୁ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୧°C ରହିବ ବୋଲି ଆକଳନ କରାଯାଇଛି। ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ଅଛି। ଆଗାମୀ ସାତ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି IMD କହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତଲହରୀ ପରିସ୍ଥିତି ଅନୁଭୂତ ହୋଇଥିଲା। ସେହିପରି କନ୍ଧମାଳ, କୋରାପୁଟ ଏବଂ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ