ହୁ ହୁ ହୋଇ ଜଳିଗଲା କଟକରେ ଥିବା ପଲିଥିନ କାରଖାନା
କଟକ;୮|୧୨: ପଲିଥିନ କାରଖାନାରେ ଘଟିଛି ଅଗ୍ନିକାଣ୍ଡ | ଏହିଭଳି ଦୁର୍ଘଟଣା ଘଟିଛି କଟକ ଜଗତପୁର ଗୁଜରପୁରରେ ଥିବା ଏକ ପଲିଥିନ କାରଖାନାରେ। ଜଗା କାଳିଆ ନାମକ ଏକ ଅନୁଷ୍ଠାନରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ନିଆଁରେ ଭସ୍ମ ହୋଇଗଲା କାରଖାନା। ଏହି ପରିସ୍ଥିତିରେ ସେଠାରେ ଥିବା ସ୍ଥାନୀୟ ଲୋକେ ଏହି ନିଆଁକୁ ରୋକିବା ପାଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି।
ତେବେ ଅଗ୍ନିକାଣ୍ଡର କାରଣ ଏପଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହି ଅଘଟଣରେ କେତେ ଜଣ ଆହତ ଏବଂ ଗୁରୁତ୍ୱର ଅବସ୍ଥାରେ ଅଛନ୍ତି ତାହା ଏପଯ୍ୟନ୍ତ ଜଣାପଡିନାହିଁ| ନିଆଁ କିଏ ଲଗାଇ ଦେଇଛି ନାଁ ଅନ୍ୟ କୌଣସି କାରଣରୁ ନିଆଁ ଲାଗିଯାଇଛି ତାହା ଜଣାପଡ଼ିନଥିବା ବେଳେ ନିଆଁର କୋପ ଭୟାବହ ଥିଲା। ଏହାକୁ ନେଇ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି | ଏପଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହି ଦୁର୍ଘଟଣାର ସତ୍ୟାସତ୍ୟ ଖୁବଶୀଘ୍ର ଜଣାପଡିବ ବୋଲି ପୋଲିସ କହିଛି |

