Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ୍ ୨୦୨୬: ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଲା ବିସିସିଆଇ

ନୂଆଦିଲ୍ଲୀ,୯|୧୨: ଆଇପିଏଲ ମ୍ୟାଚ ପାଇଁ ମିନି ନିଲାମ ହେବା ପୂର୍ବରୁ ଏକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ଆସିଛି। ବିସିସିଆଇ ଆଗାମୀ ମିନି-ନିଲାମ ପାଇଁ ପଞ୍ଜିକୃତ ଥିବା ପ୍ରାୟ ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଇଛି । ଏହି ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି | ଏତେ ସଂଖ୍ୟାରେ ଖେଳାଳିଙ୍କୁ କାହିଁକି ନିଲାମ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆସିଛି | ତେବେ ମିଳିଥିବା ସୂଚନା ଅନୁସାରେ, ନିଲାମରେ ଖେଳାଳିଙ୍କ ଭିଡ଼କୁ କମ କରିବା ଏବଂ ନିଲାମ ପ୍ରକ୍ରିୟାକୁ ସରଳ କରିବା ପାଇଁ ବୋର୍ଡ ଏହି ପଦକ୍ଷେପ ନେଇଛି। ବୋର୍ଡ ନିଲାମ ହେବାକୁ ଥିବା ଖେଳାଳିଙ୍କ ଡ୍ରାଫ୍ଟରେ ଅନ୍ତର୍ଭୁକ୍ତ ୧,୩୫୫ ଖେଳାଳିଙ୍କ ମଧ୍ୟରୁ ୧,୦୦୫ ଖେଳାଳିଙ୍କୁ ବାଦ୍ ଦେଇଛି, ଯାହା ଦ୍ୱାରା କି ବର୍ତ୍ତମାନ ନିଲାମ ହେବାକୁ ଥିବା ଖେଳାଳିଙ୍କ ମୋଟ ସଂଖ୍ୟା ୩୫୦ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ବୋର୍ଡର ଏହି ପଦକ୍ଷେପ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଭଲ ଭାବରେ ଖେଳାଳିଙ୍କ ବିଶ୍ଳେଷଣ ଏବଂ ଖେଳାଳି ଚୟନ କରିବାକୁ ଅନୁମତି ଦେବ। ତେବେ ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୬ରେ ଆବୁଧାବିରେ ହେବାର ଧାର୍ଯ୍ୟ ହୋଇଛି । ଆଉ ଏହା ପୂର୍ବରୁ କେଉଁ କେଉଁ ଖେଳାଳି ନିଲାମ ପ୍ରକ୍ରିୟାରେ ରହିବେ, ସେନେଇ ପ୍ରସ୍ତୁତି କରୁଛି ବିସିସିଆଇ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏକ ଫ୍ରାଞ୍ଚାଇଜିର ଅନୁରୋଧରେ ଦକ୍ଷିଣ ଆଫ୍ରିକାର ଖେଳାଳି କ୍ୱିଣ୍ଟନ୍ ଡି କକଙ୍କୁ ଏହି ନିଲାମ ତାଲିକାରେ ଯୋଡ଼ାଯାଇଛି । ନିକଟରେ ଡି କକ୍ ଭାରତ ବିପକ୍ଷରେ ଶେଷ ଦିିନିକିଆ ମ୍ୟାଚ୍‌ରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଲାମ ସମୟରେ ସେ ଯଥେଷ୍ଟ ପରିମାଣର ଟଙ୍କା ପାଇପାରିବେ ବୋଲି ଅନୁମାନ କରାଯାଉଛି। ଏହି ଆଫ୍ରିକୀୟ ୱିକେଟକିପରଙ୍କ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ