Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚର୍ଚ୍ଚାରେ ଅଛନ୍ତି ‘ଲକି’ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ; ଭାରତୀୟ ଟିମ ଅଧିନାୟକ ସୂର୍ଯ୍ୟକୁମାର କଲେ ପ୍ରଂଶସା

କଟକ; ୧୦|୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା | ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ କରି ବିଜୟ ହାସଲ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୫ ରନ୍‌ କରିଥିଲା। ୧୭୬ ରନ୍‌ର ଟାର୍ଗେଟ୍‌କୁ ପିଛାକରି ଦକ୍ଷିଣ ଆଫ୍ରିକା ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୭୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଦକ୍ଷିଣ ଆଫ୍ରିକା ପାଇଁ ସର୍ବନିମ୍ନ ରନ୍ କରିଥିଲା। ୨୦୧୫ରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳଠାରୁ ମିଳିଥିବା ଶୋଚନୀୟ ପରାଜୟର ପ୍ରତିଶୋଧ ନେଇଛି ଭାରତ|

ଏହି ମ୍ୟାଚର ବିଜୟ ହାସଲ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ଉପସ୍ଥିତ ଥିଲେ| ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ତାଙ୍କୁ ଭାରତୀୟ ଦଳ ପାଇଁ ‘ଲକି’ ବୋଲି କହିଛନ୍ତି। ମ୍ୟାଚ ବିଜୟ ପରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମ୍ୟାଚ ଦେଖି ବହୁତ ଆନନ୍ଦିତ ଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମ୍ୟାଚ ବହୁତ ଉତ୍କଣ୍ଠା ଭରା ଥିଲା| ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି। ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରିଛି। ସେ ବାରବାଟୀରେ ଉନ୍ନତ ମାନର ମ୍ୟାଚ ପରିଚାଳନା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA), ପ୍ରଶାସନିକ ଟିମ, ପୁଲିସ ପ୍ରଶାସନ ସମେତ ସାମିଲ ସମସ୍ତଙ୍କୁ ପ୍ରଶଂସା କରିଥିଲେ।

ଆଗକୁ ଷ୍ଟାଡିୟମ୍‌ରେ ଦର୍ଶକ ବସିବା କ୍ଷମତା ବଢ଼ାଯିବା ଦିଗରେ ସରକାର ଯତ୍ନବାନ ଅଛନ୍ତି। OCA ର ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ଆସିଛି | ଏହାକୁ ସରକାର ଗୁରୁତ୍ବର ସହିତ ନେଇ ଆବଶ୍ୟକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ମ୍ୟାଚ ପରିଚାଳନାକୁ ଅଧିକ ଉନ୍ନତ କରିବା ପାଇଁ ସରକାର ତତ୍ପର ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ