ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ
ବାଲିଗୁଡା :ତା, ୧୦/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବିଏସ୍ଏଫ୍ ଜବାନ ମାନେ କମ୍ବିଂ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ ପଣ୍ଡ କରିପାରିଛନ୍ତି । ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ ସିକିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ବି ଏସ ଏଫ ଜବାନ ମାନେ କମ୍ବିଂ ଅପରେସନ କୁ ଜୋରଦାର କରିଥିଲେ । ଏହି କମ୍ବିଂ ଅପରେସନ ବେଳେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଆଇଇଡି ବିସ୍ଫୋରକ ବିଛାଇଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଯୋଜନାକୁ ବିଏସଏଫ୍ ୧୩୬ ବାଟାଲିୟନ ପଣ୍ଡ କରି ଥିବା ଜଣାପଡିଛି । ଜଙ୍ଗଲରୁ ୧୮ଟି ଜିଲାଟିନ୍, ୧୭ଟି ବ୍ୟାଟେରୀ, ଗୋଟିଏ ସୋଲାର ପ୍ଲେଟ୍, ୮ଟି ଡିଟୋନେଟର, ୧୨ ମିଟର ଫିଉଜ୍ ତାର, ୧୫ ମିଟର ବିଦ୍ୟୁତ୍ ତାର, ୯ଟି ତୀକ୍ଷଣ ଲୁହା ଛଡ଼, ୨ କୁରାଡ଼ି, ପାଣି ବୋତଲ,କେନ୍, ଜୋତା, ପଲିଥିନ ଆଦି ସାମଗ୍ରୀ ଜବତ ପରେ ସମଗ୍ର କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ କରିବାକୁ ଘଞ୍ଚ ଜଙ୍ଗଲ ଗୁଡିକ ରେ ଜୋରଦାର ଅପରେସନ ଚାଲିଥିବା ବିଷୟ ବିଏସଏଫ୍ ପକ୍ଷରୁ ସୂଚନା ମିଳିଛି ।

