Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟଙ୍କ ଉଦବେଗ ; କାରାଗାରରୁ କଏଦୀ ଫେରାର ଘଟଣାକୁ ନେଇ ଜେଲ ଡିଜିଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା;୧୧|୧୨: ଜେଲରୁ କଏଦୀ ହେଲେ ଫେରାର | ଏହି ଘଟଣାକୁ ନେଇ ହାଇକୋର୍ଟ ଜବାବ ମାଗିଛନ୍ତି । ଜେଲ୍ ଡିଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଖୋର୍ଦ୍ଧାର ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ କାରଗାରରୁ ୧୭ଜଣ କଏଦୀ ଫେରାର ହୋଇଛନ୍ତି । ଅଦାଲତ ଦ୍ବାରା ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରୁ ଫେରାର ଥିବା ଏହି କଏଦୀ ମାନଙ୍କୁ ଧରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କର୍ତ୍ତବ୍ୟରେ ଅବହେଳା କରିଥିବା ଓ ଦାୟୀ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସତ୍ୟପାଠରେ ଦର୍ଶାଇବାକୁ କହିଛନ୍ତି ଖଣ୍ଡପୀଠ।

ଏହି ଖଣ୍ଡପୀଠଟି ଜଷ୍ଟିସ୍ ସଂଗମ କୁମାର ସାହୁ ଓ ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ହୋଇଛି | ଏହି ଖଣ୍ଡପୀଠଟି ମୁନସୀ ଭୁଏଙ୍କ ଜେଲ କ୍ରିମିନାଲ ଅପିଲରେ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି । ନଭେମ୍ବର ୨୬ରେ ଶୁଣାଣି ବେଳେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର କାରମଙ୍ଗଳ ଅଧିକାରୀଙ୍କ ତରଫରୁ ତଥ୍ୟ ଦାଖଲ ହୋଇଥିଲା | ଏହି ତଥ୍ୟରେ ଜଣାପଡିଥିଲା ଯେ ଏହି ମୁକ୍ତାକାଶ କାରାଗାରରୁ ୧୭ଜଣ କଏଦୀ ଫେରାର ଥିବାବେଳେ ୧୫ଜଣ ପାରୋଲ ଅବଧି ଶେଷ ହେବା ପରେ ଆଉ ଫେରି ନାହାନ୍ତି ।

ନିମ୍ନ ଅଦାଲତଙ୍କ ଆଜୀବନ ଜେଲ ଦଣ୍ଡାଦେଶ ବିରୋଧରେ ୨୦୦୭ରେ ଆବେଦନକାରୀ ଦାୟର କରିଥିବା ଅପିଲ ବିଚାରାଧୀନ ରହିଛି । ଶୁଣାଣି ବେଳେ ଆବେଦନକାରୀଙ୍କ ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟ ତଥ୍ୟ ମାଗିଥିଲେ । ଜେଲ ବିଭାଗ ପକ୍ଷରୁ ଆବେଦନକାରୀ ୨୦୧୮ରୁ ଫେରାର ଥିବା ହାଇକୋର୍ଟଙ୍କୁ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ