Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଶୁଡ଼ିଲା କୋଠା; ୧୯ ମୃତ, ୧୬ ଆହତ

ମରକ୍କୋ: ମରକ୍କୋର ଐତିହାସିକ ସହର ଫେଜ୍‌ରେ ବୁଧବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ପୁରୁଣା କ୍ୱାର୍ଟରରେ ଦୁଇଟି ଚାରି ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଏପରି ଏକ ଅଞ୍ଚଳରେ ଘଟିଛି ଯେଉଁଠାରେ କୋଠା ଗୁଡ଼ିକର ଖରାପ ଅବସ୍ଥା ବିଷୟରେ ପୂର୍ବରୁ ଅଭିଯୋଗ ହୋଇଆସୁଛି।

ଭୁଶୁଡ଼ି ପଡ଼ିବା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଅନେକ ପରିବାର ଭଗ୍ନାଂବଶେଷ ତଳେ ଫସି ରହିଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅଲ୍-ମୁସ୍ତାକବାଲ୍ ଅଞ୍ଚଳରେ ଅବସ୍ଥିତ ଦୁଇଟି କୋଠାରେ ଆଠଟି ପରିବାର ରହୁଥିଲେ। ହଠାତ୍ ରାତିରେ ଏହା ଭୁଶୁଡ଼ି ପଡ଼ିଥିଲା। ଏକ ସରକାରୀ ସଂସ୍ଥା ଅନୁଯାୟୀ, ଉଭୟ କୋଠାରେ ଦୀର୍ଘ ସମୟ ଧରି ଫାଟ ଥିଲା, କିନ୍ତୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନଥିଲା। ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ନାଗରିକ ସୁରକ୍ଷା ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭଗ୍ନାବଶେଷରେ ଫସି ରହିଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ରାତିସାରା ଜାରି ରହିଛି। ପ୍ରଶାସନ କୋଠାଗୁଡ଼ିକର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଅନ୍ୟ ପୁରୁଣା ଘରଗୁଡ଼ିକର ଅବସ୍ଥା ମଧ୍ୟ ମୂଲ୍ୟାଙ୍କନ କରିବ। ଏହି ଦୁର୍ଘଟଣା ପୁଣିଥରେ ପୁରୁଣା ଏବଂ ଜରାଜୀର୍ଣ୍ଣ କୋଠାଗୁଡ଼ିକର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ