ପଞ୍ଚାୟତ ରାଜମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୧/୧୨
ଆସନ୍ତା ୧୫ ତାରିଖ ରେ ଏକ ସରକାରୀ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଗସ୍ତ କାର୍ଯ୍ୟକ୍ରମ କୋକସରା ବ୍ଲକ ରେ ରହିଛି। ମନ୍ତ୍ରୀ ଅଞ୍ଚଳ ର ଉନ୍ନୟନ ଓ ବିକାଶ ନେଇ ରାଜ୍ୟ ସରକାରଙ୍କ ବିଭାଗୀୟ ଯୋଜନା ର କାର୍ଯ୍ୟ ଉପରେ ସମୀକ୍ଷା କରିବେ।ଏହାକୁ ନେଇ ଗୁରୁବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର ସମେତ କୋକସରା ବ୍ଲକ ର ବିଜେପି ସମର୍ଥୀତ ସମସ୍ତ ଜନ ପ୍ରତିନିଧି ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ କିପରି ଭବ୍ୟ ଓ ସଫଳ କରାଯିବା ସହ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ଅବଗତ କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

