ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ସ୍ଥିତି ପରଖିଲେ ଜିଲ୍ଲା ବିଜେପି ସଭାପତି, ବିଧାୟକ ଓ ପ୍ରଶାସନିକ ଅଧିକାରୀ।
କଳାହାଣ୍ଡି,୧୩/୧୨
ଆସନ୍ତା ୧୫ ତାରିଖ ରେ ଏକ ସରକାରୀ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଗସ୍ତ କାର୍ଯ୍ୟକ୍ରମ କୋକସରା ଆସି ଏକ ଜନ ସମାବେଶ ରେ ରେ କୋକସରା ଗୁଡ଼ହାଣ୍ଡି ମଞ୍ଚ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜନ ସାଧାରଣ ଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା ସହ ବିଭିନ୍ନ ନୂତନ ପ୍ରକଳ୍ପ ର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଶନିବାର କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଆମପାଣି ଠାରେ ପହଞ୍ଚି ବୁଢ଼ାରଜା ଠାକୁର ଦର୍ଶନ ପରେ କୋକସରା ଠାରେ ଆୟୋଜିତ ସମାବେଶ ସ୍ଥଳ ପରିଦର୍ଶନ ସହ ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଅତିରିକ୍ତ ପିଡ଼ି କଳାହାଣ୍ଡି ଦୁର୍ଯୋଧନ ଭୋଇ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବଲାଙ୍ଗୀର ଯୁବମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, କୋକସରା ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର,କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,୩ ମଣ୍ଡଳ ସଭାପତି ମଧୁବନ ପାତ୍ର, ବସନ୍ତ ନାଗ, ଧର୍ମବ୍ରତ ପଣ୍ଡା, ଦଳୀୟ କର୍ମୀ ଶାରଳା ପ୍ରସାଦ ପ୍ରଧାନୀ,ମନୋଜ ନାଏକ,ଦୂର୍ଗା ପ୍ରସାଦ ପ୍ରଧାନୀ,ଅର୍ଜୁନ ଭାଟି,ତ୍ରିଲୋକ୍ୟ ବେଶ୍ରା, ଚକ୍ରଧର ବେଶ୍ରା,ନରେନ୍ଦ୍ର ପ୍ରଧାନୀ, ରଞ୍ଜିତ ପୋଢ଼,ସନ୍ତୋଷ ମାଝୀ, କ୍ଷୀରସିନ୍ଧୁ ନେଗି,ରତନ ମାଝୀ, ନରେଶ ଗୁପ୍ତା, ଧର୍ମାନନ୍ଦ ନେଗି ଓ ଅନ୍ୟ କର୍ମକର୍ତ୍ତା ସମେତ ବ୍ଲକ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

