ଲଡୁଗାଁ ସୁନାମାଲ ରାସ୍ତା ଛକ ଡ଼. ଭୀମ ରାଓ ଆମ୍ବେଦକର ଙ୍କ ନାମରେ ଉଦଘାଟିତ।
କଳାହାଣ୍ଡି,୧୪/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଏକ ବ୍ୟସ୍ତ ବହୁଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ସହର ଲଡୁଗାଁ କ୍ରମଶଃ ଜନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସହର ର ବିଭିନ୍ନ ଅଞ୍ଚଳ ରେ ବିଭିନ୍ନ ଛକ ରହିଛି। ରବିବାର ଲଡୁଗାଁ ସୁନାମାଲ ରାସ୍ତା ର ଏକ ଛକ କୁ ଭାରତ ର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଆମ୍ବେଦକର ଙ୍କ ନାମରେ ନାମିତ ଛକ ଭାବେ ଦିର୍ଘ ଦିନ ର ପ୍ରତୀକ୍ଷା ପରେ ଅଧ୍ୟକ୍ଷ ଆୟୋଜକ କମିଟି ର ସଭାପତି ଭୁବନେଶ୍ୱର ପାଣିଗ୍ରାହୀ ଙ୍କ ଆବାହନ କ୍ରମେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ କର କମଳ ରେ ସମ୍ବିଧାନ ପ୍ରଣେତା ଙ୍କ ଭୀମ ରାଓ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଲଡୁଗାଁ ସମେତ ସୁନାମାଲ ଗ୍ରାମ ର ଶତାଧିକ ଜନ ସାଧାରଣ ଉପସ୍ଥିତ ରହିଥିବା ବେଳେ ଉଦଘାଟିତ ବାବା ସାହେବ ଆମ୍ବେଦକର ଛକ ର ନାମ କୁ ନେଇ ଖୁସି ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଦେବାନନ୍ଦ ନାଏକ, ଗରୁଡ଼ ବାଗ, ଦେବିପ୍ରସାଦ ସାହୁ,ସଞ୍ଜୟ ସିଂହଲ,ଉପସ୍ଥିତ ରହି ବାବା ସାହେବ ଙ୍କ ସ୍ମୃତି ଚରାଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ବିରଞ୍ଚି ନାରାୟଣ ବାଗ,ଚିନିଲାଲ ପାଣିଗ୍ରାହୀ, ମାଙ୍ଗଲାଲ ନିଆଳ, ଯୁଗେଶ୍ୱର ପାଣିଗ୍ରାହୀ, ନାରିନେତ୍ରୀ ରେଖା ମହାନନ୍ଦ,ଉର୍ବଶୀ ନିଆଳ,କୁମୁଦିନି ପାଣିଗ୍ରାହୀ,ବେଦନ୍ତୀ ନାଗ, ସମେତ ଅନ୍ୟ ଶତାଧିକ ଆମ୍ବେଦକର ପ୍ରେମୀ କର୍ମକର୍ତ୍ତା ଉପସ୍ଥିତ ଥିଲେ।

