Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା ଘଟଣା; ଡିଜି କ୍ୟାମ୍ପ ଅଫିସ ଆଗରେ ରାତିସାରା ବିଜେଡି କର୍ମୀଙ୍କ ଧାରଣା

ଭୁବନେଶ୍ୱର,୧୫|୧୨ : ଡିଜି କ୍ୟାମ୍ପ ଅଫିସ ଆଗରେ ରାତିସାରା ବିଜେଡି କର୍ମୀଙ୍କ ଧାରଣା । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବି କରି ରାତିସାରା ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ତାଙ୍କ ସମର୍ଥକ ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, ଗତକାଲି ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମାନେ ଏକ ଭୋଜିର ଆୟୋଜନ କରିଥିଲେ, ଏବଂ ଖାଉଥିବା ଅବସ୍ଥାରେ ହିମାଂଶୁ ସାହୁଙ୍କ ସମର୍ଥକ ମାନେ ଆକ୍ରମଣ କରିଛନ୍ତି | ଏହା ସହିତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି କର୍ମୀ । ଏନେଇ ବିଜେଡି ପକ୍ଷରୁ ୧୦୦ରୁ ଅଧିକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ନାଁରେ ଏତଲା ଦିଆଯାଇଛି। ଧର୍ମଶାଳାରେ ଆଇନ ଶୃଙ୍ଖଳା ବିଶୃଙ୍ଖଁଳିତ ହୋଇପଡିଛି ବୋଲି ବିଜେଡି କହିଛି |

ଅନ୍ୟପଟେ,ପ୍ରଣବ ବଳବନ୍ତ ରାୟ ଓ ତାଙ୍କ ସମର୍ଥକ କହିଛନ୍ତିଯେ, ଜିଲ୍ଲା ପୁଲିସ ଉପରେ ଆମର ଆଉ ଭରସା ନାହିଁ । ସେଥିପାଇଁ ସିଧାସଳଖ ଡିଜିଙ୍କୁ ଭେଟିବାକୁ ଆସିଛୁ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପର୍ଯ୍ୟନ୍ତ ଆମେ ଏହି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରଖିବୁ। ଯେପର୍ୟ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିରହିବୁ ବୋଲି ବିଜେଡିର ବରିଷ୍ଠ ନେତା କହିଛନ୍ତି |

ଧର୍ମଶାଳା ଗଣ୍ଡଗୋଳକୁ ନେଇ ବିଜେଡି ନେତା ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଦେଇଥିବା ବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଜେନାପୁର ଥାନା ଆଗରେ ଧାରଣା ଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆକ୍ରମଣ ଯୋଗୁ ପରିସ୍ଥିତି ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । ତେବେ ଗଣ୍ଡଗୋଳ ପରେ କାଲି ରାତିରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ସୁନିଲ କୁମାର ପଣ୍ଡା ଜେନାପୁର ଥାନାରେ ଏତଲା ଦେଇଥିଲେ । ରାତି ତିନିଟା ପରେ ହିମାଂଶୁଙ୍କ ସମର୍ଥକ ମାନେ ଜେନାପୁର ଥାନା ଆଗରେ ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ କୌଣସି ଏକ କମେଣ୍ଟକୁ ନେଇ ଧର୍ମଶାଳାରେ ଏକ ଆକ୍ରମଣ ଘଟଣା ଘଟିଛି । ବିଜେଡି କର୍ମୀ ମାନେ ଭୋଜି କରୁଥିବା ସମୟରେ ହିମାଂଶୁଙ୍କ ସମର୍ଥକ ମାନେ ଅଚାନକ ଆକ୍ରମଣ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହି ଆକ୍ରମଣ ଘଟଣାରେ, କେତେକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଆହତ ମାନଙ୍କୁ ଜେନାପୁର ପୁଲିସ୍ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସେହି ବାଟ ଦେଇ ଯାଉଥିବା ସମୟରେ ପ୍ରଣବଙ୍କ ସମର୍ଥକ ମାନେ ତାଙ୍କୁ ଅଟକାଇ ଅଚାନକ ଭାବେ ଆକ୍ରମଣ କରିଥିବା ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ