Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଶାଳାରେ ରାଜନୈତିକ ହିଂସା: ଘଟଣାକୁ ନିନ୍ଦା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଭୁବନେଶ୍ୱର,୧୫|୧୨: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଆକ୍ରମଣ ଘଟଣା | ଏହାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏତେବଡ ଘଟଣା ପରେ ମଧ୍ୟ ପୋଲିସ ପ୍ରଶାସନ ଓ ସରକାର ଚୁପ ରହିଛନ୍ତି | ଏପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ | ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ବଢାଉଛନ୍ତି ସରକାର | ଏହାକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ଏହି ଆକ୍ରମଣ ଘଟଣାରେ ସାମିଲ ଥିବା ଦୋଷୀଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନବୀନ ଦାବି କରିଛନ୍ତି ।

ସୂଚନା ମୁତାବକ, ସୋସିଆଲ ମିଡିଆରେ କୌଣସି ଏକ କମେଣ୍ଟକୁ ନେଇ ଧର୍ମଶାଳାରେ ଏହି ତୁମୁଳକାଣ୍ଡ ଘଟଣା ଘଟିଛି। ବିଜେଡି କର୍ମୀ ମାନେ ଭୋଜି କରୁଥିବା ସମୟରେ ହିମାଂଶୁଙ୍କ ସମର୍ଥକ ମାନେ ଅଚାନକ ଆକ୍ରମଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଆକ୍ରମଣ ଘଟଣାରେ, କେତେକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଆହତ ମାନଙ୍କୁ ଜେନାପୁର ପୁଲିସ୍ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସେହି ବାଟ ଦେଇ ଯାଉଥିବା ସମୟରେ ପ୍ରଣବଙ୍କ ସମର୍ଥକ ମାନେ ତାଙ୍କୁ ଅଟକାଇ ଅଚାନକ ଭାବେ ଆକ୍ରମଣ କରିଥିବା ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories