ଜୁଲାଇ ୩ରୁ ଆରମ୍ଭ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା; ମେ ୨୬ରୁ ଫର୍ମ ଫିଲ୍ଅପ୍‌


କଟକ: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିବା ପରେ ବି ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଜୁଲାଇ ୩ରୁ ୮ ଯାଏଁ ଚାଲିବ ପରୀକ୍ଷା। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ମେ ୨୬ରୁ ଜୁନ ୧ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।

ଦଶମ ବୋର୍ଡ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏଥର ଛାତ୍ରଛାତ୍ରୀ ଆଉ ୨ଟି ପରୀକ୍ଷା ଦେବେନି। ଆଉ ହେବନି ସମ୍ମେଟିଭ-୧ ଓ ସମ୍ମେଟିଭ-୨ ପରୀକ୍ଷା। ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ନବମ ଶ୍ରେଣୀର କୌଣସି ପରୀକ୍ଷା ବୋର୍ଡ କରିବ ନାହିଁ। ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ସ୍କୁଲ ହାତରେ ରହିବ ପରୀକ୍ଷା ପରିଚାଳନା ଦାୟିତ୍ବ।