Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଚାଷ ପାଇଁ ଉଠା ଜଳସେଚନ ପ୍ରକଳ୍ପ ରୁ ଡିଏମ ୧୫ ପର୍ଯ୍ୟନ୍ତ ଜାନୁଆରୀ ପ୍ରଥମ ସପ୍ତାହ ରୁ ଜଳସେଚନ ଆରମ୍ଭ।

କଳାହାଣ୍ଡି,୧୬/୧୨
ଉଠା ଜଳସେଚନ ପ୍ରକଳ୍ପ କୁସୁମଖୁଣ୍ଟି ଡିଭିଜନ ଅଧୀନରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଚଳିତ ବର୍ଷ ରବି ଚାଷ ପାଇଁ ଡି ଏମ ୧୫ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଚାଷି ଙ୍କୁ ଯୋଗାଇ ଦିଆଯିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।୨୦୨୧ ରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ୱାରା ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଲକ ଅଞ୍ଚଳ ର ୨୫,୨୭୫ ହେକ୍ଟର ଚାଷଜମି କୁ ଜଳସେଚନ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେବେ ପ୍ରକଳ୍ପ ରୁ ବିଗତ ବର୍ଷ ରେ ରବିଚାଷ ପାଇଁ ଜଳସେଚନ ଯୋଗାଇ ଦିଆଯାଇଥିବା ବେଳେ ବିଗତ ୨ ବର୍ଷ ହେବ ଜଳଭଣ୍ଡାର ରେ ଜଳସ୍ତର କମ ଥିବା ଦର୍ଶାଇ ଇନ୍ଦ୍ରାବତୀ ଉଠା ଜଳସେଚନ କର୍ତ୍ତୃପକ୍ଷ ଜଳସେଚନ ବନ୍ଦ ରଖିଥିଲେ। ଏହାକୁ ନେଇ ବିଗତ ବର୍ଷ ରେ ଚାଷି ମାନେ ରାଜରାସ୍ତା କୁ ଆସି ଜଳସେଚନ ଦାବି କରି ଆନ୍ଦୋଳନ କରିଥିଲେ। ଉଠା ଜଳସେଚନ ପ୍ରକଳ୍ପ ରୁ ରବି ଚାଷ ଜଳସେଚନ ପାଇଁ ଡିପିଆର ନଥିବା କାରଣ ରୁ କୋକସରା ଅଞ୍ଚଳ ର ଚାଷି ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ବିଧାୟକ, ମନ୍ତ୍ରୀ ଙ୍କୁ ଦାବି ଉପସ୍ଥାପନ କରାଯାଇଛି। ତେବେ ଚଳିତ ବର୍ଷ ଜଳଭଣ୍ଡାର ରେ ଜଳସ୍ତର ଆଶାଜନକ ସ୍ଥିତି ରେ ଥିବାରୁ ରବିଚାଷ ପାଇଁ ମେଗାଲିଫ୍ଟ ଉଠାଜଳସେଚନ ର ଡିଏମ ୧୫ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ଓ ଜାନୁଆରୀ ପ୍ରଥମ ସପ୍ତାହରେ ଜଳସେଚନ ଆରମ୍ଭ ହେବା ନେଇ ଉଠା ଜଳସେଚନ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ