ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଘାଟିତ।
କଳାହାଣ୍ଡି,୧୭/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟ ଆଲୁମିନି ସଭାପତି ପଙ୍କଜ ମୁଖ ଚୌଧରୀ,ବିଶିଷ୍ଠ ଅତିଥି ଲଡ଼ୁଗାଁ ଷ୍ଟେଟ ବ୍ୟାଙ୍କ ମେନେଜର ଅମୃତ କୁଲୁ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଆଲୁମିନି ସମ୍ପାଦକ ରବିନାରାୟଣ ଦାଶ,ବିନୋଦ ବିହାରୀ ବାଗ, ଏସଏମସି ସଭ୍ୟ ଦଶରଥ ଦୁର୍ଗା,ଯୁବ ସାମ୍ବାଦିକ ପରେଶ ପଟ୍ଟନାୟକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ପଡିଆ ରେ ପହଞ୍ଚି ମଶାଲ ସ୍ଥାପନା କରି କ୍ରୀଡା ପତାକା ଉତ୍ତୋଳନ ପରେ ବାର୍ଷିକ କ୍ରୀଡା ଆରମ୍ଭ କରିଥିଲେ। ଖେଳ ଶିକ୍ଷକ ସୁଶୀଲ କୁମାର ସାହୁ ଖେଳକୁ ପରିଚାଳନା କରିଥିଲେ ଆଜିର କାର୍ଯ୍ୟକ୍ରମ କୁ ନିରଞ୍ଜନ ନିଆଲ ପରିଚାଳନା କରିଥିଲେ ,ଆଶିଷ ରଞ୍ଜନ ପଟେଲ, ବବୃ ବାହାନ ଛତ୍ରିଆ ଡମ୍ବରୁ ଧର ନାଏକ, ମୁକେଶ ମେହେର, ନିରୋଜ ବିଶ୍ୱାଳ, ମାନସ ରଞ୍ଜନ ମେହେର, ସ୍ମୃତିମୟୀ ଦୁର୍ଗା, ମାମିନା ଚୌଧରୀ, ସୁଭାଷିନୀ ଦାଶ, ବୀଣାପାଣି ମାଝୀ, ସୀତାରାମ ରାଉତ, ଅକ୍ଷୟ ନାଏକ, ବିରଞ୍ଚି ସାହୁ, କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

