ବାଂଲାଦେଶରେ ଭାରତୀୟଙ୍କ ଏଣ୍ଟ୍ରି ବନ୍ଦ!
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଦ୍ରୁତ ଗତିରେ ଖରାପରୁ ଖରାପ ଆଡ଼କୁ ଗତି କରୁଛି। ବାଂଲାଦେଶରେ ଏକ ରାଜନୈତିକ ଝଡ଼ ସବୁକିଛିକୁ ଓଲଟାଇ ଦେଇଥିଲା। ଏହି ରାଜନୈତିକ ଝଡ଼ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କ୍ଷମତା ହରାଇଥିଲେ। ସେବେଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ଆରମ୍ଭ ହୋଇଛି।
ଭାରତୀୟ ମାନଙ୍କୁ ଭୁଲିଯାଆନ୍ତୁ, ଏପରିକି ବାଂଲାଦେଶୀ ହିନ୍ଦୁମାନେ ଢାକାରେ ସୁରକ୍ଷିତ ଅନୁଭବ କରୁନାହାଁନ୍ତି। ଏହାରି ମଧ୍ୟରେ ବାଂଲାଦେଶରେ ଭାରତୀୟଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା। ଏତେ ବର୍ଷ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ କେବେବି ଏତେ ଖରାପ ହୋଇନାହିଁ। ତଥାପି ଶେଖ୍ ହସିନାଙ୍କୁ ମଧ୍ୟ ଏଥିରେ ଏକ କାରଣ ବୋଲି ବିଶ୍ୱାସ କରାଯାଏ, କାରଣ ଭାରତ ତାଙ୍କୁ ଶରଣ ଦେଇଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC) ବୁଧବାର ଦିନ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଯୋଗୁଁ ଏହାର କାର୍ଯ୍ୟାଳୟ ବନ୍ଦ କରିଦେଇଛି। ଢାକାର ଯମୁନା ଫ୍ୟୁଚର୍ ପାର୍କରେ ଥିବା IVAC ହେଉଛି ରାଜଧାନୀରେ ସମସ୍ତ ଭାରତୀୟ ଭିସା ସେବା ପାଇଁ ମୁଖ୍ୟ ସମନ୍ୱିତ କେନ୍ଦ୍ର।
“ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେ ଆପଣଙ୍କ ଦୃଷ୍ଟିକୁ ଆଣିବାକୁ ଚାହୁଁଛୁ ଯେ IVAC JFP ଢାକା ଆଜି ଅପରାହ୍ନ ୨ଟାରେ ବନ୍ଦ ରହିବ” ବୋଲି IVAC ଏକ ବିବୃତ୍ତିରେ କହିଛି। ବାଂଲାଦେଶର ପ୍ରମୁଖ ଖବରକାଗଜ, ଡେଲି ଷ୍ଟାର ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଢାକାରେ ଥିବା ଭାରତୀୟ ଭିସା କେନ୍ଦ୍ରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଏ ସମ୍ପର୍କରେ ଭିସା କେନ୍ଦ୍ର ଏହାର ସରକାରୀ ୱେବସାଇଟରେ ଏହି ସୂଚନା ସେୟାର କରିଛି। ଏଥିରେ କୁହାଯାଇଛି ଯେ ସୁରକ୍ଷା କାରଣରୁ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ସମସ୍ତ ସେବା ସ୍ଥଗିତ ରହିବ।

