Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସଵ ଉଦଯାପିତ।

କଳାହାଣ୍ଡି,୧୮/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଦ୍ଵି ଦିବସୀୟ ବାର୍ଷିକ ଉତ୍ସବ ଜବାହର ଯାତ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ବୁଧବାର ଉଦଘାଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉତ୍ସଵ କୁ ଉଦଘାଟନ କରିଥିଲେ। ବାର୍ଷିକ ଉତ୍ସବ ଶିକ୍ଷାନୁଷ୍ଠାନ ଉତ୍କର୍ଷତା କୁ ପ୍ରମାଣିତ କରୁଥିବା ବେଳେ ବିଗତ ବର୍ଷ ରେ ବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ ଶିକ୍ଷା,କ୍ରୀଡା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦକ୍ଷତା ଶିକ୍ଷାନୁଷ୍ଠାନ ର ଗୁଣାତ୍ମକ ଶିକ୍ଷା କୁ ପ୍ରତିପାଦନ କରୁଛି ବୋଳି ମତବ୍ୟକ୍ତ କରିଥିଲେ।
ବାର୍ଷିକ ଉତ୍ସବ ର ଉଦଯାପିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ଵକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ,ବିଡ଼ିଓ କୋକସରା ଡ଼. ହିମାଂଚଳ ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ନେଇ ମତ ରଖିବା ସହ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ କୁ ଶ୍ରେୟ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଇତିହାସ ପୃଷ୍ଠଭୂମି ଓ ଜନ ସଚେତନତା ଅଭିଯାନ ନେଇ ମନଛୁଆଁ ସାଂସ୍କୃତିକ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବନିତା ରାଣି ଦତ୍ତ,ସୀମାରାଣୀ ସିଂ, ରଶ୍ମିତା ନିଆଲ, ଶିକ୍ଷକ ହେମନ୍ତ କୁମାର ମାଝୀ, ଅମିତ କୁମାର ମହାନ୍ତି,ଟଙ୍କଧର ଶବର, ସୁନୀଲ ବିଶୋଇ, ଦେବାଶିଷ ସାହୁ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ l ବାର୍ଷିକ ଉତ୍ସବ ରେ ଅଭିଭାବକ,ସଚେତନ ନାଗରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ