ରାଇକିଆ ବଣିକ ସଂଘ ର ୭ମ ପ୍ରତିଷ୍ଠା ଦିବସ
ବାଲିଗୁଡା, ତା, ୧୯/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ବଣିକ ସଂଘ ର ୭ମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ ବିଡ଼ିଓ ସବ୍ୟସାଚୀ ସାହୁ, ଥାନା ଅଧିକାରୀ ଆଶୁତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ଦୁର୍ଯ୍ୟୋଧନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ l ଉପସଭାପତି ସନ୍ତୋଷ ପଣ୍ଡା, ବି.ତ୍ରିପତି ସୁବୁଦ୍ଧି, କୋଷାଧ୍ଯକ୍ଷ ସତୀଶ ପାତ୍ର, ସଂଗଠନ ସମ୍ପାଦକ ଶ୍ରୀ ନିବାସ ଆଚାରି, ଯୁଗ୍ମ ସମ୍ପାଦକ ଆର. ମହେନ୍ଦ୍ର ପାତ୍ର ଙ୍କ ସମେତ ସଂଘ ର ସମସ୍ତ ସଦସ୍ୟ ଏବଂ ନିମନ୍ତ୍ରିତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

