Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଆବେଗ ୮ ଅନୁଷ୍ଠିତ।

କଳାହାଣ୍ଡି,୨୦/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଆବେଗ ୮ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣି ପଣ୍ଡିତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଡ଼. ମହେଶ୍ବର ଦୁରିଆ ସହକାରୀ ପ୍ରାଧ୍ୟାପକ ରାଜନୀତି ବିଜ୍ଞାନ ବିକ୍ରମ ଦେବ ୟୁନିଭରସିଟି ଜୟପୁର, ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ଡ଼.ହିମାଞ୍ଚଲ ମାଝୀ, ବିଇଓ ମହେଶ କୁମାର ଭାଟି ମଞ୍ଚ ରେ ଉପସ୍ଥିତ ଥିଲେ। ଅଗ୍ରଦେବ ଗଣେଶ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ବିଦ୍ୟାଳୟ ପକ୍ଷରୁ ଅତିଥି ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡିତ ସ୍ୱାଗତ ଅଭିଭାଷଣ ରଖିବା ସହ ବିଗତ ବର୍ଷ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଶିକ୍ଷା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ମତ ରଖିଥିଲେ। ଆବେଗ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ଙ୍କୁ ଭଲ ପଢିବା ସହ ବିଦ୍ୟାଳୟ ର ଟେକ ରଖିବାକୁ ଉତ୍ସାହପ୍ରଦ ପରାମର୍ଶ ଦେଇଥିଲେ।ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବାର୍ଷିକ ଉତ୍ସବ ଆବେଗ କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ହିନ୍ଦୀ ଶିକ୍ଷୟିତ୍ରୀ ଭାରତୀ ହୋତା,ପ୍ରଜ୍ଞା ବିନୋଦିନି,ଶିକ୍ଷକ କମଳାକାନ୍ତ ସାହୁ ସହଯୋଗ କରିଥିଲେ।ଓଏଭି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ ଶିକ୍ଷକ ବିଶ୍ୱରଞ୍ଜନ ସାହୁ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ