Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତରେ ଜଣେ ଗୁରୁତର

ତରଭା: ତରଭା ବ୍ଲକ ଶିବତୁଲା ପଞ୍ଚାୟତ ଭାଲୁବାହାଲ ଗ୍ରାମରେ ବଜ୍ରପାତ ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାଯାଇଛି।ଭାଲୁବାହାଲ ଗ୍ରାମର ଘାସିରାମ ଡାଙ୍ଗ (୫୩) ବୁଧବାର ସକାଳ ସାଢ଼େ ୧୦ଟାରେ ତାଙ୍କର ପୁଡାଖାଇ ଭାଗ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷାହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହେବାରୁ ଘାସିରାମ ଆଘାତପ୍ରାପ୍ତ ହୋଇ ପଡିଯାଇଥିଲେ।ଆଖ ପାଖରେ କାମ କରୁଥିବା ଲୋକଙ୍କ ଠାରୁ ଖବର ପାଇ ଶିବତୁଳା ସରପଞ୍ଚ ମୁକ୍ତା ନାଗ, ପୂର୍ବତନ ସରପଞ୍ଚ ଡୋଳାମାଣି ପ୍ରଧାନ, ଶିକ୍ଷକ ସୁରେଶ ପାଣ୍ଡେ, ଧୁବଲ ପ୍ରଧାନ, ଅର୍ଜୁନ ଡାଙ୍ଗ ଉକ୍ତ ସ୍ଥାନରେ ପହଞ୍ଚି ତାଙ୍କୁ ତରଭା ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ୧୦୮ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ଡାକ୍ତର ଖାନାକୁ ପଠାଇ ଦେଇଥିଲେ।ଘାସିରାମ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି ହୋଇଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ