ସୁଜାତା କାର୍ତ୍ତିକିଏନ ଙ୍କୁ ବୀରମହାରାଜପୁର ରେ ସ୍ଵାଗତ ସମ୍ବର୍ଦ୍ଧନା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ଲକ ଉପାଧକ୍ଷ ନାରାୟଣ ଲୁହା ବ୍ଲକ ଅଧକ୍ଷା ଶାନ୍ତି ଲୁହା ଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଦେଖାଯାଇଥିଲା l ମଙ୍ଗଳବାର ଏହି କାର୍ଯ୍ୟକ୍ରମ ରେ ବହୁ ବିଜୁଜନତା ଦଳର କର୍ମୀ ସାମିଲ ଥିଲେ l ସୁଜାତା କାର୍ତ୍ତିକିଏନ ବରଗଡ ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାର ପଦଯାତ୍ରା ରେ ଯୋଗଦେଇ ବୀରମହାରାଜପୁର ରାସ୍ତାରେ ଯାଉଥିବା ଖବର ପାଇ କର୍ମୀ ମାନେ ଉତ୍ସାହର ସହିତ ସମ୍ବର୍ଦ୍ଧନା ଦେଇଥିଲେ l ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ବୀରମହାରାଜପୁର ବ୍ଲକ ସଭାପତି ସୁରୁନାରାୟଣ ମହାକୁର ଙ୍କ ସମେତ ବହୁ କର୍ମୀ ସାମିଲ ଥିବା ଦେଖା ଯାଇଥିଲl l

