44 ତମ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା
ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ମୃଶୁଣ୍ଢୀ ଠାରେ ଆୟୋଜିତ ହେବାକୁ ଥିବା 44 ତମ ଗଜଲଷ୍ମୀ ପୂଜା ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂଜା କମିଟି ତରଫରୁ ଶତାଧିକ ମହିଳା ପୁରୁଷ ସମଵେତ ହୋଇ ସ୍ଥାନୀୟ ହରିହର ଯୋର ଠାରୁ ପୂର୍ଣ୍ଣ କଳସ ଯାତ୍ରା ପାଇଁ ପୂଜା ଅର୍ଜନା କରିଥିଲେ I ପରେ ସମସ୍ତ ମହିଳା ଏକତ୍ରିତ ହୋଇ କଳସ ପୂର୍ଣ୍ଣ କରି ଧାଡି ହୋଇ ମୁଣ୍ଡରେ ପୁର୍ଣ୍ଣ କଳସ ଧରି ସମ୍ବୁଖ ରେ ସଂକୀର୍ତ୍ତନ୍ୟ ଦଳ, ଢୋଲ, ନିଶନ, ତସା ତଳେ ତଳେ ହରିନାମ ନେଇ ପ୍ରାୟ 2 କି. ମି ରୁ ଉର୍ଦ୍ଧ ଯାତ୍ରା କରି ପୂର୍ଣ୍ଣ କଳସ ପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ l ଶୋଭାଯାତ୍ରା ରେ କମିଟି ସଭାପତି ଙ୍କ ନେତୃତ୍ୱ ରେ ଗ୍ରାମ୍ୟ ପରୀକ୍ରମ କରି ପୂଜାମଣ୍ଡପ ରେ ପହଁଚି ଥିଲେ l କମିଟିର ସମସ୍ତ ସଦସ୍ୟ 11 ଦିନ ଧରି ବ୍ରତ ରେ କାଷ୍ଠା ସହ ରହି ପୂଜା ପାଳନ କରିବେ l ସୋମବାର 26 ତାରିଖ ରୁ 3 ତାରିଖ ପର୍ଯ୍ୟନ୍ତ ମା ଲଷ୍ମୀ ଙ୍କୁ ପୂଜା ଉତ୍ସବ ଜାରି ରହିବ l ତା ସହିତ ପଣ୍ଡିତ ଅଜିତ ଦାସ ଙ୍କ କଣ୍ଠ ରେ ନବାହ ପରାୟଣ ଅନୁଷ୍ଠିତ ହେବ ଏବଂ ମୁଖ୍ୟ ଆକର୍ଷଣ ମୁରାସୁର ଦରବାର ଅନୁଷ୍ଠିତ ହେବ l ଏହି 9 ଦିନ ବ୍ୟାପି ମୁରାସୁର ରାଜ ଚଳିବ ଏବଂ ରାଜ ଦରବାର କୁ ବିଭିନ୍ନ ନେତା, ରାଜନେତା, ଅଭିନେତା, ସାମ୍ବାଦିକ ଏବଂ ବିଭିନ୍ନ କ୍ଷେତ୍ର ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବ୍ୟକ୍ତି ବିଶେଷ ଦରବାର ରେ ରାଜ ଅତିଥି ଭାବେ ଯୋଗଦେବେ l ଅନ୍ୟ ବର୍ଷ ମାନଙ୍କରେ ଲକ୍ଷାଧିକ ଭକ୍ତ ସାମିଲ ହେଉଥିବାରୁ ଭିଡ କୁ ନିୟନ୍ତ୍ରଣ ଏବଂ ରାଜ ଦରବାର କୁ ଶୃଙ୍ଖଳିତ କରିବା ଉଦେଶ୍ୟ ରେ ଚଳିତ ବର୍ଷ ନୁଆଁ କରି ଏକ ରଙ୍ଗମହଲ ଅନୁଷ୍ଠିତ ହେବ l ଏଥିରେ ରାଜ୍ୟ ସରକାର ଙ୍କ ସାଂସ୍କୃତିକ ବିଭାଗ ଏବଂ ଅଞ୍ଚଳ ର ବଛା ବଚ୍ଛା କଳାକାର ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି କମିଟି ତରଫରୁ ସୂଚନା ଦେଇଥିଲେ l ଚଳିତ ବର୍ଷ ପୂଜା କୁ ଶାନ୍ତି ଶୃଙ୍ଖଳା ପାଇଁ ଯାତ୍ରା ପଡିଆ, ରାସ୍ତା, ପୂଜା ମଣ୍ଡପ, ପ୍ରସାଦ ମଣ୍ଡପ ସହିତ ସଂସ୍କୃତ୍ତିକ ସ୍ଥଳ ଆଦି କୁ ସିସି କ୍ୟାମେରା ଦ୍ୱାରା ନଜର ରଖିବା ସହିତ 2 ପ୍ଲାଟୁନ ପୁଲିସ ଫୋର୍ସ ସହ ଆରକ୍ଷୀ ବାହିନୀ ର ସହଯୋଗ ନିଆଯାଇଛି l ମୁରାସୁର ଦରବାର ଉଦଘାଟନ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ଓ ସମିତି ସଭ୍ୟା ରିତା ଗରଡିଆ.ବରିଷ୍ଠ ସଭ୍ୟ ସତ୍ୟଞ୍ଜୀବ ମିଶ୍ର ତଥା ବରିଷ୍ଠ ନାଗରିକ ଏହି ପୂଜାର ପ୍ରତିଷ୍ଠାତା ବୈରାଗୀ ଚରଣ ସାହୁ. ଦର୍ଶନିଆ ସାହୁ. ବିପିନ ବିହାରୀ ମିଶ୍ର. ମାଗୁଣି ସାହୁ ଦରବାର କୁ ସଂଯୋଜନା କରିବେ l ଉପସଭାପତି ଧନଞ୍ଜୟ ସାହୁ ପ୍ରକାଶ କରିଥିବା ବେଳେ ମୁରାସୁର ଭୂମିକାରେ ଗୋପାଳ ପଣ୍ଡା ଙ୍କ ଅଭିନୟ କରିବେ l

