Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଏନଏସ ବିଦ୍ୟାଳୟ ର ବାର୍ଷିକ ଉତ୍ସବ “ଉଡାନ ୨୫”ମହା ସମାରୋହରେ ଅନୁଷ୍ଠିତ।

କଳାହାଣ୍ଡି,୨୬/୧୨
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ସ୍ୱାମୀ ନିଗନାନନ୍ଦ ସରସ୍ୱତୀ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ “ଉଡାନ ୨୫” ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ନିର୍ଦେଶକ ମହେଶ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ମୁଖ୍ୟବକ୍ତା ଭାବେ ମା ମାଣିକେଶ୍ୱରୀ ୟୁନିଭରସିଟି ର ପ୍ରାଧ୍ୟାପକ ଡ଼. ଉମେଶ ଚନ୍ଦ୍ର ଶତପଥୀ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ସମାଜସେବି ଲାୟନ ରମେଶ କୁମାର ଅଗ୍ରୱାଲ, ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା, ଉଦୟମାନ କେଣ୍ଟେନ କ୍ରିଏଟର ଚନ୍ଦନ ଶତପଥୀ, ଅଧ୍ୟକ୍ଷ ଏସଏନଏସ ବିଦ୍ୟାଳୟ ଆଶିଷ କୁମାର ପଣ୍ଡା,ସମ୍ପାଦକ ସମୀର କୁମାର ପଣ୍ଡା, ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ପ୍ରଥମେ ଅଗ୍ରଦେବ ଗଣେଶ ଙ୍କ ନିକଟରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମଞ୍ଚ ରେ ବିଦ୍ୟାଳୟ ପକ୍ଷରୁ ନିମନ୍ତ୍ରିତ ଅତିଥୀ ମାନଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ୱାଗତ ଅଭିଭାଷଣ ବିଦ୍ୟାଳୟ ନିର୍ଦେଶକ ମହେଶ କୁମାର ପଣ୍ଡା ରଖିଥିଲେ। ଉଡାନ ୨୫ ବାର୍ଷିକ ଉତ୍ସବ ରେ ମଞ୍ଚ ରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ହିଁ ଜୀବନ ର ଉଡାନ ର ମାନଦଣ୍ଡ,ଏଣୁ ଭଲ ପାଠ ପଢି ନିଜ ଶିକ୍ଷାନୁଷ୍ଠାନ ଓ ନିଜ ଅଞ୍ଚଳ ର ପ୍ରତିନିଧିତ୍ଵ କରି ସଫଳ ମଣିଷ ହୋଇ ଉଡାନ ଭରିବାକୁ ଉତ୍ସାହିତ କରିଥିଲେ।ଏହାସହ କୃତ୍ତି ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଶିକ୍ଷୟିତ୍ରୀ ଇନ୍ଦୁମତି ମୁଣ୍ଡା ଓ ଛାତ୍ରୀ ଅର୍ଚ୍ଚିତା ପଣ୍ଡା ସହଯୋଗ କରିଥିଲେ।ପରେ କୁନିକୁନି ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ଉପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ଏସଏନଏସ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ