ଜିଲ୍ଲା ବାହାର ଠିକାଦାର ଙ୍କୁ କଳାହାଣ୍ଡି ମନା,ଅସହଯୋଗ କରିବ ଠିକାଦାର ସଂଘ,ନେଲେ ସଙ୍ଘ ନିଷ୍ପତ୍ତି।
କଳାହାଣ୍ଡି,୨୭/୧୨
କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାର ଙ୍କୁ ଅସହଯୋଗ କରାଯିବ । ଏହାସହ ଠିକା କାମରେ ବ୍ୟବହୃତ ସାମଗ୍ରୀ ଯୋଗାଣ ରେ ପ୍ରତିବନ୍ଧକ ସାଜିବ ଠିକାଦାର ସଂଘ । କଳାହାଣ୍ଡି ଜିଲ୍ଲା ଠିକାଦାର ସଂଘ ର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇ ଯାଇଛି ! ସଂଘର ଜିଲ୍ଲା ସଭାପତି ଜଗୁ ମଣ୍ଡଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବିଲନି ରେ ଭବାନୀପାଟଣା, ଧର୍ମଗଡ,କେସିଙ୍ଗା, ଜୟପାଟଣା ସମେତ ବିଭିନ୍ନ ଅଞ୍ଚଳ ରୁ ବହୁ ଠିକାଦାର ଯୋଗ ଦେଇଥିଲେ ! ଏହି ବୈଠକ ରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛି ଜିଲ୍ଲା ସଂଘ ! କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମ ରେ ଜିଲ୍ଲା ବାହାର ର ଠିକାଦାର ଙ୍କୁ ନ ଆସିବାକୁ ଅନୁରୋଧ କରିଛି ସଂଘ ! ଜିଲ୍ଲା ର କାମ କୁ କେବଳ ଜିଲ୍ଲା ର ଠିକାଦାର ମାନେ ହିଁ କାର୍ଯ୍ୟ ସମ୍ପାଦନ କରିବେ ବୋଲି ନିଷ୍ପତି ନିଆ ଯାଇଛି ! ସେହିପରି ବଡ ବଡ କାମ ମାନଙ୍କ ରେ ୧୪ .୯୯ ଲେସ ରେ ଟେଣ୍ଡର ନ ପକାଇ ତାକୁ ସିଡୁଲ ରେଟ ରେ ଟେଣ୍ଡର ଭରିବାକୁ ସମସ୍ତ ଙ୍କୁ ଅବଗତ କରାଯାଇଛି ! ଯାହାଦ୍ବାରା ଠିକାଦାର ମାନେ ଦି ପଇସା ପାଇବା ସହ କାମ ର ମଧ୍ୟ ମାନ ଠିକ୍ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା ! ଏହି ବୈଠକ ରେ ସଂଘର ଉପସଭାପତି ବଜରଙ୍ଗ ଅଗ୍ରୱାଲ,ସଂପାଦକ ରଂଜନ ସାହୁ,ଚକ୍ର ସେଠୀ,ଲୋକେଶ ସର୍ମା, ପ୍ରମୋଦ ପଟ୍ଟନାୟକ, କିଶୋର ଅଗ୍ରୱାଲ, ସୁଧୀର ପଣ୍ଡା ,ମିଟୁ ନାଏକ,ପ୍ରମୋଦ ପଟ୍ଟନାୟକ,ମୋହନ ଅଗ୍ରୱାଲ,ସମେତ ବହୁ ଠିକାଦାର ମାନେ ଉପସ୍ଥିତ ଥାଇ ନିଜ ନିଜ ମତ ରଖିଥିଲେ ! ଏହା ସହ ଆଗାମୀ ଦିନରେ ଜିଲ୍ଲା ର ସମସ୍ତ ଠିକାଦାର ଏକଜୁଟ ହୋଇ ସଂଗଠିତ ହୋଇ କାମ କରିବାକୁ ନିଷ୍ପତ୍ତି ନେଇଥିଲେ !

