Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

ବାଲିଗୁଡା ତା, ୨୯/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ଙ୍କ ସମେତ , ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା ବେଳେ ମୋଟ ୭୦ ଗୋଟି ଅଭିଯୋଗ ଶୁଣାଣି ମଧ୍ୟରୁ ହୋଇଥିବା ଜଣାପଡିଛି l କନ୍ଧମାଳ ଜିଲ୍ଲାରେ କିଛି ବ୍ଲକ୍ ମଧ୍ୟରୁ ତୁମୁଡ଼ିବନ୍ଧ ବ୍ଲକ ର ଅନେକ ଦୁର୍ଗମ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ରହିଛି, ସେଥି ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଯୋଜନା, ବିଦ୍ୟୁତ୍ ସେବା, ଆବାସ ଗୃହ ,ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଓ ପ୍ରଶାସନଙ୍କ ପାଖରେ ନିଜ ଅଞ୍ଚଳର ଅଭିଯୋଗ ଜଣାଇଥିବା ଦେଖିବାକୁ ମିଳିଥିଲା|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ