Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠତ୍ୟାଗୀ ଛାତ୍ରଛାତ୍ରୀ ଙ୍କୁ ପୁଣି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏସଆଇଓଏସ ଓ ଏନଆଇଓଏସ ମେଗା ନାମଲେଖା ଶିବିର।

କଳାହାଣ୍ଡି,୦୩/୦୧
ଦଶମ ଶ୍ରେଣୀ ରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଙ୍କୁ ପୁଣିଥରେ ସ୍କୁଲ କୁ ଫେରାଇନାବାକୁ ଅଣ୍ଟା ଭିଡ଼ିଛି ଶିକ୍ଷା ବିଭାଗ।ଏହି କ୍ରମ ରେ ଶନିବାର କୋକସରା ବ୍ଲକ ସ୍ତରୀୟ ମେଗା ନାମଲେଖା ଶିବିର ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାତିଙ୍କ ତତ୍ୱାବଧାନ ରେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଏସ ଆଇ ଓ ଏସ ଓଏନ ଆଇ ଓ ଏସ ମେଗା ନାମଲେଖା ଶିବିର ରେ ମୋଟ ଯୁକ୍ତ ଦୁଇ ଓ ଦଶମ ୧୨୨ ଜଣ ଛାତ୍ରଛାତ୍ରୀ ଙ୍କ ନାମଲେଖା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।l ଏହି ଶିବର ଦଶମ ଫେଲ ହୋଇଥିବା ଏସଆଇଓଏସ ଓ ଦଶମ ପାସ କରି ଘରେ ଥିବା ୩୭୧ ଛାତ୍ରଛାତ୍ରୀ ଙ୍କୁ ବର୍ତ୍ତମାନ ସୁଦ୍ଧା ଦେୟ ମୁକ୍ତ ଭାବେ ନାମ ଲେଖା ଯାଇଛି। କାର୍ଯ୍ୟକ୍ରମ ରେ ବ୍ଲକର ୧୧ ଟି କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଏହି ମେଗା ଶିବିରରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ, ସମ୍ମାନିତ ଅତିଥି ଭାବେ ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଏବିଇଓ ତୋଫାନ ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ମନୋବଳ ବଡାଇବା ସହ ଉତ୍ସାହିତ କରିଥିଲେ।କୋକସରା ବ୍ଲକର ୧୧ ଗୋଟି କ୍ଲଷ୍ଟର ର ସିଆରସିସି ତଥା ପ୍ରତ୍ୟେକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ