Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେଲେ ୩ ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ।

କଳାହାଣ୍ଡି,୦୩/୦୧
ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା ସରକାର କଳାହାଣ୍ଡି,ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର କର୍ମକର୍ତ୍ତା ମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଉମରକୋଟ ସ୍ଥିତ ବାସଭବନ ରେ ସାକ୍ଷାତ କରି ୩ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ତିନି ପ୍ରମୁଖ ଦାବି ମଧ୍ୟରେ ୬ ବର୍ଷ ର ଠିକା କର୍ମଚାରୀ ସମୟ କୁ ନିୟମିତ ଚାକିରୀ ଭାବେ ଗଣନା କରିବା, ୬ ବର୍ଷ କୁ ନିୟମିତ କରିବା ସହିତ ୬ ନେସନାଲ ଇଂକ୍ତିମେଣ୍ଟ ମୂଳ ଦରମାରେ ଯୋଗକରି ପେ ଫିକ୍ସ କରିବା, ସରକାର ଙ୍କ ଠିକା ନିଯୁକ୍ତି ଉଚ୍ଛେଦ ନିୟମ ଆଧାର ରେ ଆର୍ଥିକ ଅନୁଦାନ ପ୍ରଦାନ କରିବା ଦାବି ପ୍ରମୁଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡା ସଙ୍ଘ ଜିଲ୍ଲା ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ