ଆମେରିକା-ଭେନେଜୁଏଲା ବିବାଦକୁ ଡେଇଁଲା ଉତ୍ତର କୋରିଆ
ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖିବା ପରେ ବିଶ୍ୱ ସ୍ତରରେ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ୍ ଏହି କାର୍ଯ୍ୟକୁ ବିଶ୍ୱକୁ ଏକ ବିନାଶକାରୀ ଯୁଦ୍ଧ ଆଡ଼କୁ ଠେଲି ଦେବ ବୋଲି ଚେତାବନୀ ଦେଇଛନ୍ତି, ଯାହା ଦ୍ୱାରା ଅନ୍ତର୍ଜାତୀୟ କୂଟନୀତିରେ ଝଡ଼ ସୃଷ୍ଟି ହୋଇଛି।
ଆମେରିକାର ଏହି କାର୍ଯ୍ୟ କେବଳ ଲାଟିନ୍ ଆମେରିକାରେ ନୁହେଁ, ବରଂ ଏସିଆ ଏବଂ ୟୁରୋପରେ ମଧ୍ୟ ରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି। ଏନେଇ ସବୁଠାରୁ କଡ଼ା ପ୍ରତିକ୍ରିୟା ଉତ୍ତର କୋରିଆରୁ ଆସିଛି। ଦେଶର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ-ଉନ୍ ଖୋଲାଖୋଲି ଭାବରେ ଆମେରିକାକୁ ଚେତାବନୀ ଦେଇ ମାଦୁରୋଙ୍କୁ ତାଙ୍କର “ବନ୍ଧୁ” ବୋଲି କହିଛନ୍ତି। ସେ କହିଛନ୍ତି ତାଙ୍କୁ ଛାଡ଼ିଦିଅ ନଚେତ୍ ପରିମାଣା ଖରାପ ହେବ।
କିମ୍ ଜଙ୍ଗ-ଉନ୍ କହିଛନ୍ତି, ଆମେରିକାର ଏହି କାର୍ଯ୍ୟ ବିଶ୍ୱ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି ଏବଂ ବିଶ୍ୱକୁ ଏକ ବିଶ୍ୱଯୁଦ୍ଧ ଆଡକୁ ନେଇପାରେ। ସେ ଦାବି କରିଛନ୍ତି, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବର୍ତ୍ତମାନର ଆମେରିକୀୟ ନେତୃତ୍ୱ ତୁରନ୍ତ ମାଦୁରୋଙ୍କ ସ୍ଥିତି ମୁକ୍ତ କରନ୍ତୁ। କିମ୍ ସ୍ପଷ୍ଟ ଭାବରେ କହିଛନ୍ତି, ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ୍, ନଚେତ୍ ଏହାର ଗମ୍ଭୀର ଆନ୍ତର୍ଜାତୀୟ ପରିଣାମ ହୋଇପାରେ। ଉତ୍ତର କୋରିଆର ଏହି ମନ୍ତବ୍ୟକୁ ଆମେରିକା ବିରୋଧରେ ଏକ ଦୃଢ଼ ବାର୍ତ୍ତା ଭାବରେ ଦେଖାଯାଉଛି।

