ମାଝୀଗୁଡା ପଞ୍ଚାୟତ ରେ ସ୍ୱତନ୍ତ୍ର ମଣ୍ଡି ଖୋଲିବା ନେଇ ଚାଷି ଙ୍କ ବୈଠକ।
କଳାହାଣ୍ଡି,୦୪/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଅଧିନସ୍ଥ ଚାଷି ମାନେ ଦୀର୍ଘ ବର୍ଷ ହେଲା କୋକସରା ମଣ୍ଡି ରେ ଧାନ ବିକ୍ରି କରି ଆସୁଛନ୍ତି। ତେବେ ମାଝୀଗୁଡା ରୁ କୋକସରା ମଣ୍ଡି କୁ ୫/୭ କିମି ରାସ୍ତା ହେଉଥିବା ବେଳେ ଅନେକ ସମୟରେ ଚାଷି ମାନେ ଧାନ ବିକ୍ରି ନେଇ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏନେଇ ରବିବାର ମାଝୀଗୁଡା ପଞ୍ଚାୟତମାଝୀଗୁଡା,ଦାବ୍ରିଗୁଡା,କାଦୋପଦର ର ଚାଷି ଙ୍କ ଏକ ବୈଠକ ମାଝୀଗୁଡା ଚାଷି ତଥା ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଙ୍କ ନେତୃତ୍ବରେ ସ୍ଥାନୀୟ ଗିରି ଗୋବର୍ଦ୍ଧନ ପାହାଡ଼ ନିକଟରେ ଅନୁଷ୍ଠିତ ହୋଇଯାଇଛି।।ଏହି ଚାଷି ବୈଠକରେ ମାଝୀଗୁଡା ପଞ୍ଚାୟତ ର ଶତାଧିକ ଚାଷୀ ଉପସ୍ଥିତ ରହି ଧାନ ମଣ୍ଡି ସ୍ୱତନ୍ତ୍ର କରିବା ପାଇଁ ଆଗାମୀ ଦିନରେ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ କୁ ଲିଖିତ ଅଭିଯୋଗ କରିବାକୁ ଦାବି କରିଥିଲେ। କୋକସରା ରେ ମଣ୍ଡି ରହିଥିବା କାରଣରୁ ଅନେକ ସମୟରେ ଚାଷୀମାନେ ଧାନ ନେବାରେ ଅସୁବିଧା ର ସମ୍ମୁଖୀନ ହେବାସହ ଖରିଫ ଋତୁ ରେ ଶୀତ କାକର ରାତି ରେ ଯାତାୟାତ କରିବା ରେ ନାନା ଯାତନା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏହି ବୈଠକରେ ଚାଷି ଦୁର୍ଗା ପ୍ରସାଦ ନାଏକ,ଧବଳେଶ୍ବର ନାଗ,ପଞ୍ଚକ ପୋଢ଼, ରମେଶ ଚନ୍ଦ୍ର ଦୁର୍ଗା,ରଞ୍ଜିତ ପୋଢ଼,ଦ୍ଵାରିକା ନାଥ ବାଗ,ଦୁଃଶାସନ ଚଣ୍ଡି,ଚିତ୍ରସେନ ନାଏକ, ତ୍ରିନାଥ ପୁଞ୍ଜି, ପରମେଶ୍ବର ପାଣିଗ୍ରାହୀ,ଗୋକୁଳ ପୁଞ୍ଜି, ଜୟଲାଲ ରଣା ଓ ଅନ୍ୟ ଚାଷି ପ୍ରମୁଖ ଉପସ୍ଥିତ ଥିଲେ।

