Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଲାଗି ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ।

କଳାହାଣ୍ଡି,୦୬/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକସ୍ତରୀୟ ‘କଳାହାଣ୍ଡି’ ଉତ୍ସବ ନିମନ୍ତେ ଆମପାଣିଠାରେ ସ୍ଥାନୀୟ ବୁଢ଼ାରଜା ବ୍ୟାଡ୍ ମିଣ୍ଟନ ଆସୋସିଏସନ୍ ପକ୍ଷରୁ ସୋମବାର ବ୍ଳକସ୍ତରୀର ଦିବାରାତ୍ର ବ୍ୟାଡ୍ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳର ଉଦଘାଟନ କରିଥିଲେ। ନାରୀନେତ୍ରୀ ତିଲୋତ୍ତମା ନାଏକ, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝୀ, ଜିତେନ୍ଦ୍ର କୁମାର ପଣ୍ଡା, ମନୋରଞ୍ଜନ ବାଣୁଆ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା, ସନ୍ତୋଷ ମାଝୀ, ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧ.ମାଝୀ, ସିଆରସିସି କେଦାରନାଥ ନାଏକ, ସୁରେଶ ଚନ୍ଦ୍ର ସାହୁ, ଦୟାନିଧି ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏଥିରେ ମୋଟ ୧୨ ଗୋଟି ଟିମ୍ ଭାଗନେଇଥିଲେ। ରାଏଫରି ଭାବରେ ପ୍ରଣବ କୁମାର ଯୋଷୀ ଓ ବରିଷ୍ଠ ଖେଳାଳି ତ୍ରିନାଥ ପ୍ରଶ୍ନ ରାୟ ଖେଳ ପରିଚାଳନା କରିଥିଲେ। ସ୍କୋରର ବିନୋଦ କୁମାର ସିଂ ଦାୟିତ୍ଵ ନିର୍ବାହ କରିଥିବାବେଳେ ଲାଇନ୍ସ ମେନ୍ ତରୁଣ ମହାପାତ୍ର, ଅଂଶୁମାନ ଠାକୁର, ଗଣେଶ ଅଗ୍ରୱାଲ ଓ ଅବ୍ରାର ଅହମ୍ମଦ ପ୍ରମୁଖ ରହିଥିଲେ। ଶିକ୍ଷକ ଇଶ୍ବରୀ ପ୍ରସାଦ ଅଗସ୍ତି ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ