Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପର ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ,ବିଭାଗୀୟ ଅବହେଳା ନେଇ ଚାଷି ଙ୍କ ଅସନ୍ତୋଷ।

କଳାହାଣ୍ଡି,୦୬/୦୧
ଉପର ଇନ୍ଦ୍ରାବତୀ ବାମ କେନାଲ ପ୍ରଭାଗ ନମ୍ବର ୧ କୁସୁମଖୁଣ୍ଟି ଡିଭିଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପାଣି ପକ୍ଷ ପାଳନ କାର୍ଯ୍ୟକ୍ରମ ର ସଭାପତି ଇଂ ରାଜ କୁମାର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେଵ ବେହେରା,ସମ୍ମାନିତ ଅତିଥି ଭାବେ,ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ବିଇଓ ମହେଶ କୁମାର ଭାଟି, ଅଧ୍ୟକ୍ଷ ଇନ୍ଦ୍ରାବତୀ କଲେଜ ଜୟପାଟଣା ବୈଦ୍ୟନାଥ ପାଢ଼ୀ ଯୋଗଦେଇ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଚାଷି ଙ୍କୁ ପରାମର୍ଶ ଦେଇଥିଲେ।ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ରେ ଏହି କେନାଲ ବିଭାଗ ଅଧିନ ରେ ଥିବା ୧୧୧ ପାଣି ପଞ୍ଚାୟତ ର ଚାଷୀମାନେ ଯୋଗ ଦେଇଥିବା ବେଳେ ଅନେକ ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଜଳ ସୁପରିଚାଳନା ରେ ବିଭାଗୀୟ ଅବହେଳା ଓ ଠିକାଦାର ପ୍ରୀତି ନେଇ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚାଷ ରେ ଅଗ୍ରଣୀ ଜଣେ ମହିଳା ଚାଷି ସମେତ ଅନ୍ୟ ଚାଷି ଓ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ବାମ ଓ ଉଠା ଜଳସେଚନ କେନାଲ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ କୁ ଜୟପାଟଣା ଇନ୍ଦ୍ରାବତୀ କଲେଜ ର ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ମଞ୍ଚ ସଂଯୋଜନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ