ଡ଼ାଲି -ରୋଟି ଖାଇ ବିରକ୍ତ ହୋଇଗଲେଣି କି? ରାତ୍ରୀ ଭୋଜନ ପାଇଁ ଗୁଜୁରାଟର ପ୍ରସିଦ୍ଧ ଏହି ଖାଦ୍ୟକୁ ତିଆରି କରନ୍ତୁ
ଗୁଜୁରାଟର ପ୍ରସିଦ୍ଧ ଡାଲ ଢୋକଲି ସାରା ଦେଶରେ ପ୍ରସିଦ୍ଧ | ବିଶେଷକରି ଶୀତ ଋତୁରେ, ଗରମ ଗରମ ଖାଇଲେ ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ । ଡାଲ ଢୋକଲିରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି । ଏହା ହାଲୁକା ଏବଂ ହଜମ କରିବାକୁ ସହଜ। ଏହାକୁ ଜଳଖିଆ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ସମୟରେ ଯେକୌଣସି ସମୟରେ ଆପଣ ଗ୍ରହଣ କରିପାରିବେ | ଆପଣ ଘରେ ଏହି ଡାଲ ଢୋକଲି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ତେବେ ନିମ୍ନରେ ଦିଆଯାଇଥିବା ଆବଶ୍ୟକୀୟ ସାମଗ୍ରୀ ଏବଂ ତାର ପ୍ରଣାଳୀକୁ ବ୍ୟବହାର କରି ଏହାକୁ ଖୁବ ସହଜରେ ସହଜରେ ପ୍ରସ୍ତୁତ କରନ୍ତୁ…
ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡିକ ହେଉଛି ; (ଢ଼ୋକଲି ପାଇଁ)- ଅଟା – ୧ କପ, ବେସନ – ୨ ଚାମଚ, ହଳଦୀ – ୧/୪ ଚାମଚ, ଲୁଣ – ସ୍ୱାଦ ଅନୁସାରେ,ପାଣି – ଅଟା ଦଳିବା ପାଇଁ,
(ଡ଼ାଲି ପାଇଁ )- ହରଡ଼ ଡ଼ାଲି – ୧ କପ,ପାଣି – ୩ କପ,ତେଲ- ୧ ଚାମଚ, ହେଙ୍ଗୁ – ସ୍ୱଳ୍ପ, ଜୀରା – ୧/୨ ଚାମଚ, ହଳଦୀ – ୧/୨ ଚାମଚ,ଲୁଣ – ସ୍ୱାଦ ଅନୁସାରେ, ଅଦା-ରସୁଣ ପେଷ୍ଟ – ୧ ଚାମଚ, କଚ ଲଙ୍କା – ୧-୨ (କଟା), ଲାଲ ଲଙ୍କା ପାଉଡର – ୧/୨ ଚାମଚ, ଏବଂ ଧନିଆ ପତ୍ର
ପ୍ରଣାଳୀ ବିଷୟରେ ଜାଣନ୍ତୁ..ପ୍ରଥମେ ଢ଼ୋକଲି ତିଆରି କରିବା ପାଇଁ, ପ୍ରଥମେ ଅଟାରେ ବେସନ, ହଳଦୀ ଏବଂ ଲୁଣ ମିଶାଇ ପାଣି ବ୍ୟବହାର କରି ଏକ ନରମ ଅଟା ତିଆରି କରନ୍ତୁ। ଅଟାକୁ ଟିକେ ନରମ ଚକଟନ୍ତୁ, ଯେପରିକି ଅଟା ଗୁଳା ଅତ୍ୟଧିକ କଠିନ କିମ୍ବା ଅତ୍ୟଧିକ ନରମ ହେବ ନାହିଁ | ଚକଟି ସାରିଲା ପରେ ଅଟାକୁ ଛୋଟ ଛୋଟ ବଲ କରି ଭାଗ କରନ୍ତୁ ଏବଂ ଆପଣଙ୍କ ହାତ ପାପୁଲି ବ୍ୟବହାର କରି ବର୍ଗାକାର କିମ୍ବା ତ୍ରିକୋଣୀୟ ଢୋକଲି ତିଆରି କରନ୍ତୁ।
ଡ଼ାଲି ପ୍ରସ୍ତୁତ କରିବା ପାଇଁ, ପ୍ରେସର କୁକରରେ ହରଡ଼ ଡ଼ାଲି, ୩ କପ ପାଣି ଏବଂ ହଳଦୀ ପକାଇ ସିଟି ଦିଅ ନ୍ତୁ | ହୋଇଗଲା ପରେ କାଢି ଦିଅନ୍ତୁ | ଫୁଟଣ ପାଇଁ, ଏକ ପ୍ୟାନରେ ତେଲ ଗରମ କରନ୍ତୁ ସେଥିରେ ସାମାନ୍ୟ ହେଙ୍ଗୁ ଏବଂ ଜିରା ପକାନ୍ତୁ। ଜିରା ଫୁଟି ସାରିଲା ପରେ ସେଥିରେ, ଅଦା-ରସୁଣ ପେଷ୍ଟ ପକାଇ ଅଳ୍ପ ଭାଜନ୍ତୁ। ଭାଜିବାର କିଛି ସମୟ ପରେ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ଲାଲ ଲଙ୍କା ପାଉଡର ପକାଇ ହାଲୁକା ଭାବେ ଭାଜି ନିଅନ୍ତୁ |
ସିଝା ହୋଇଥିବା ଡ଼ାଲି ଉପରେ ଫୁଟଣ ପକାଇ ତାକୁ ଗୋଳାଇ ନିଅନ୍ତୁ | ତା’ପରେ, ଢୋକଲି ପକାଇ କମ୍ ଆଞ୍ଚରେ ୧୦-୧୨ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ, ମଝିରେ ମଝିରେ ଏହାକୁ ଗୋଳାଇ ନିଅନ୍ତୁ ଯେମିତିକି ଢୋକଲି ଭାଙ୍ଗି ନଯାଏ। ଏହାପରେ ଉପରେ ଧନିଆ ପତ୍ର ପକାଇ ଗରମ ଗରମ ପରିବେଷଣ କରନ୍ତୁ। ଏହାକୁ ସବୁଜ ଚଟଣି, ପାପଡ଼, ପିଆଜ କିମ୍ବା ଆଚାର ସହିତ ଖାଆନ୍ତୁ ଏହା ଆହୁରି ଅଧିକ ସ୍ୱାଦ ଦ୍ବିଗୁଣିତ କରିଦେବ |

