Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଘର ବନାଞ୍ଚଳ: ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ନିଲମ୍ବିତ

ବାଲିଗୁଡା, ତା, ୨୦/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ବନାଞ୍ଚଳ ଅନ୍ତର୍ଗତ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା l ଘଟଣା ର ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ ହୋଇଥିବା ସୂଚନା ମିଳିଛି l ଚଳିତ ମାସ ଜାନୁଆରୀ ମାସ ୫ ତାରିଖ ରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା l
ହାତୀ ମୃତ୍ୟୁ ପରେ ମୃତ ଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା l ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲ ରୁ ମୃତ ଦେହ କୁ ଅନ୍ୟତ୍ର ନିଆଯାଇ ବେଲଘର ପଂଚାୟତ ର କାଡାପାନା ନର୍ସରୀ ରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା l ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣା କୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତ ରୁ ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ l ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବିତ କରାଯାଇଥିବା ବିଷୟ ଡି ଏଫ ଓ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ