ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
କଳାହାଣ୍ଡି,୨୧/୦୧
ଶିକ୍ଷା ଓ ବିଦ୍ୟା ଅଧ୍ୟୟନ ମଧ୍ୟରେ ପ୍ରଭେଦ ଅଛି: ଶିକ୍ଷା ଲାଭ କରିବା ପାଇଁ ସତତ ଜାଗ୍ରତ ହେବା:ପଦ୍ମଶ୍ରୀ ହଳଧର ନାଗ
କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ,ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ସ୍ଵନକ୍ଷତ୍ର ବାର୍ଷିକ ଉତ୍ସବ ଏବଂ ବିଦ୍ୟାର୍ଥୀ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା – ୨୦୨୬ ତଥା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ମୁଖ୍ୟ ବକ୍ତା ଭାବରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳାହାଣ୍ଡି, ଭବାନୀପାଟଣା ପ୍ରକଳ୍ପ ପରିଚାଳକ ସମାଜସେବା ବିଭାଗର ପିତବାସ ବେହେରା, ସ୍ଵତନ୍ତ୍ର ଅତିଥି ଭାବରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଗଣକବି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ ଅତିଥି ଭାବରେ ଉକ୍ତ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ କିଶୋର ଚନ୍ଦ୍ର ସତପଥି, ହିସାବ ରକ୍ଷକ ଓ ବୈଷୟିକ ପରିଚାଳକ ମହାସଂଘ ଓଡ଼ିଶା ସଭାପତି ପ୍ରଭାତ ତିୱାରୀ, ବେହେରା ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ, ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଶି, ବେହେରା ସରକାରୀ ଦନ୍ତେଶ୍ଵରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ଭକ୍ତ ଚରଣ ଭୋଇ ପ୍ରମୂଖ ଯୋଗଦାନ କରିଥିଲେ।ଦେବୀ ଦନ୍ତେଶ୍ଵରୀଙ୍କ ପୂଜାର୍ଚ୍ଚନା କଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣରେ ଅଞ୍ଚଳରେ ଏପରି ଏକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଏବଂ ଶିକ୍ଷା କ୍ଷେତ୍ରରେ ସମସ୍ତେ ଆଗକୁ ବଢ଼ିବା ଉପରେ ଉପସ୍ଥିତ ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଯୁବ ରେଡକ୍ରସ୍ ୟୂନିଟ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ତାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରାଯାଇଥିବା ବେଳେ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଏବଂ ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।ଶେଷରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ସଂଯୋଜନା କରିଥିବା ବେଳେ ରାଜନୀତି ଅଧ୍ୟାପକ ଭୁଜଵଲ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଭାଗ୍ୟବାନ ଦାସ, ଦେବେନ୍ଦ୍ର ରଣା, ରିଙ୍କୁ ଖମାରୀ, ଦିଲୀପ ବିଶି, ତୁଷାର ମେହେର ଅଧ୍ୟାପିକା ମଞ୍ଜରୀ ମାଝି,ପ୍ରତିଭା ବାଗ, ଦିପ୍ତିମୟୀ ବାଗ, ବବିତା ନାଏକ, ପିଅନ ଭାସ୍କର ଗୋପାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

