ବର୍ଷାଲ ମାଝୀ ଦୁଗ୍ଧ ସମବାୟ ସମିତିର ନୂତନ କୋଠା ଉଦଘାଟନ ଓ ସାଧାରଣ ସଭା।
କଳାହାଣ୍ଡି,୨୧/୦୧
ରାଜ୍ୟରେ ଦୁଗ୍ଧ ଉପାଦନ କ୍ଷେତ୍ରରେ ଗ୍ରାମାଞ୍ଚଳ ର ଗୋପାଲନ ଓ ଗୋଚାଷି ଙ୍କ ଭୂମିକା ଉଲ୍ଲେଖନୀୟ,ରାଜ୍ୟରେ ଓମଫେଡ ଦୁଗ୍ଧ ଚାଷି ଙ୍କୁ ପ୍ରାଧାନ୍ୟ ଦେଇ ସଦା ସର୍ବଦା ଗୋପାଲନ ଓ ଚାଷି ଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବାରେ ବଜାର ବ୍ୟବସ୍ଥା କରି ପ୍ରମୁଖ ଭୂମିକା ଗ୍ରହଣ କରିଛି। ବୁଧବାର କୋକସରା ବ୍ଲକ ମାଝୀଗୁଡା ଠାରେ ବର୍ଷାଲ ମାଝୀ ଦୁଗ୍ଧ ସମବାୟ ସମିତିର ନୂତନ କୋଠା ଉଦଘାଟନ ଅବସରରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ଼ ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ,ବିକେଏନ ଦୁଗ୍ଧ ସମବାୟ ସମିତିର ଅଧ୍ୟକ୍ଷା ସୀମା ପଟେଲ, ବି କେ ଏନ ଦୁଗ୍ଧ ସଂସ୍ଥା ର ଜେନେରାଲ ମ୍ୟାନେଜର ରଜନୀକାନ୍ତ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ସଚେତନ ନାଗରିକ ଧବଳେଶ୍ବର ନାଗ ମଞ୍ଚ ରେ ଉପସ୍ଥିତ ରହି ଗୋପାଲନ ଓ ଦୁଗ୍ଧ ଚାଷି ଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଦୁଗ୍ଧ ଉପାଦନ ରେ ଅଗ୍ରଣୀ ଚାଷି ଓ ଚାଷି ଙ୍କୁ ଦୁଗ୍ଧ ଚାଷ ଓ ଗୋପାଲନ ପାଇଁ ପ୍ରୋତ୍ସାହିତ କରିଥିବା କର୍ମଚାରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ବିରଞ୍ଚି ବାଗ କରିଥିଲେ। କାର୍ଯ୍ୟକ୍ରମ କୁ ବି କେ ଏନ ଦୁଗ୍ଧ ସମବାୟ ସମିତିର କର୍ମଚାରୀ ମାନେ ପରିଚଳାନା ରେ ସହଯୋଗ କରିଥିଲେ।

