ଜୟନ୍ତପୁର କନ୍ୟାଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ।
କଳାହାଣ୍ଡି,୨୨/୦୧
ଧର୍ମଗଡ ବ୍ଲକ ଜୟନ୍ତପୁର ସ୍ଥିତ ସରକାରୀ ବାଳିକା ଅନ୍ତେବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବହୁ ଆଡ଼ମ୍ବ ସହ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଥୁଆମୂଳ ରାମପୁର କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ସମ୍ମାନିତ ଅତିଥି ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ,ପ୍ରଶାନ୍ତ କୁମାର ପଣ୍ଡା,ରଞ୍ଜନ ପଣ୍ଡା,ଯୁବରାଜ ନାଏକ,ଉମା ଶଙ୍କର ପଣ୍ଡା,ଲମ୍ବୋଦର ସାହୁ,ଅଶୋକ ସାହୁ ଯୋଗଦେଇ ଥିଲେ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ଜଗଦୀଶ ଶବର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ।ଲକ୍ଷ୍ୟ କଠିନ ପରିଶ୍ରମ ରେ ହାସଲ କରିବାକୁ ପଡେ।କେବଳ ପାଠ ପୁସ୍ତକ ଅଧ୍ୟୟନ ଯଥେଷ୍ଟ ନୁହଁ ,ମାନସିକ ଅଭିବୃଦ୍ଧି ପାଇଁ ଖେଳ କୁଦ ସହ ବିଭିନ୍ନ ପ୍ରତିଯୋଗିତା ମୂଳକ ରେ ଅଂଶ ଗ୍ରହଣ ନିଜ ପ୍ରତିଭା ପ୍ରତିଷ୍ଠା ବି ଏକ ସଫଳତା ପାହାଚ କୁହାଯାଇପାରେ ବୋଲି ଅତିଥି ମାନେ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ରେ ଉର୍ତ୍ତୀଣ୍ଣ ଛାତ୍ରୀ ଙ୍କୁ ଅତିଥି ମାନେ ମାନ ପତ୍ର ସହ ପୁରସ୍କାର ବିତରଣ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପରିମିତା ପାଢ଼ୀ ,ଶିବାନୀ ଦୁର୍ଗା,ଶିକ୍ଷକ ଲକ୍ଷ୍ମୀଧର ବାଗ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଟ୍ଵିଙ୍କାଳ ଶତପଥୀ, ଶିକ୍ଷକ ଭୋଜରାଜ ପୁଞ୍ଜି,ଶିକ୍ଷୟିତ୍ରୀ ଶର୍ମିଷ୍ଠା ଗୋପାଳ,ଆରତୀ ନାଏକ,ମିନା ସାହୁ,ଶିକ୍ଷକ ସୁଧୀର କୁମାର ପଣ୍ଡା,ମିଣ୍ଟୁ ହରିଜନ,ପ୍ରବୀଣ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

