Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ପାଳିତ

ବାଲିଗୁଡା, ତା, ୨୩/୦୧, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ନାମ ଲେଖାଇ ଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ସଂଗ୍ରାମର ପ୍ରତୀକ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଗରିମା ଓ ଦେଶଭକ୍ତିମୟ ପରିବେଶ ମଧ୍ୟରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଞ୍ଚଳ ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଂସ୍କୃତିକ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବୁଦ୍ଧିଜୀବୀ ଓ ଦେଶପ୍ରେମୀ ନାଗରିକ ନିଜ ନିଜ ଅନୁଷ୍ଠାନ ରେ ଉପସ୍ଥିତ ରହି ଦୁଇ ମହାନ ବରପୁତ୍ରଙ୍କ ଫୋଟୋ ଚିତ୍ର ରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ଼ ନେତୃତ୍ୱ, “ଆଜାଦ ହିନ୍ଦ” ଆନ୍ଦୋଳନ ଓ ସଶସ୍ତ୍ର ସଂଗ୍ରାମର ସାହସିକ ପଥ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା। ସେହିପରି ଭାବେ ବୀର ସୁରେନ୍ଦ୍ର ସାଏ ଦୀର୍ଘ ବର୍ଷ ଧରି ଇଂରେଜ ଶାସନ ବିରୋଧରେ ଅବିରତ ସଂଘର୍ଷ କରି ଓଡ଼ିଶାର ମାଟିରୁ ସ୍ୱାଧୀନତାର ଆଗ୍ନିଶିଖାକୁ ପ୍ରଜ୍ୱଳିତ କରିଥିଲେ। ତାଙ୍କର ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଜାତିକୁ ପ୍ରେରଣା ଦେଇ ଆସୁଛି ।ଏଣୁ ଦେଶପ୍ରେମ, ବଳିଦାନ ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ