କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ନେଇ ବୁଢ଼ାରଜା ପୀଠ ରେ ବୈଠକ
କଳାହାଣ୍ଡି,୨୩/୦୧
୧୨ ଥର ନିର୍ବାଚନ କୁ ଆଖି ଆଗରେ ଦେଖିଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ୨୦୦୯ ମସିହାରେ ସୀମା ପୁନଃ ଗଠନ ହେତୁ ହଠାତ୍ ଉଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରିଦିଆ ଗଲା। ତେବେ ସର୍ବପୁରାତନ କୋକସରା ନିର୍ବାଚନ ମଣ୍ଡଳୀ କୁ ପୁନଃ ଗଠନ ପାଇଁ ଦାବି ତେଜିବାରେ ଲାଗିଥିବାବେଳେ କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା ପୀଠରୁ ଆରମ୍ଭ ହେଲା ଆନ୍ଦୋଳନର ସ୍ବର। ଆମପାଣି ବୁଢ଼ାରଜା ମନ୍ଦିର ପରିସରରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ସଭାପତିତ୍ବ କରିଥିଲେ। ବୈଠକରେ ପୁରୁଷୋତ୍ତମ ଦାସ ଗୁପ୍ତା, ଧବଳେଶ୍ବର ନାଗ, ରୁତୁରାଜ ମାଝୀ, ଶ୍ରୀନିବାସ ପ୍ରଧାନୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପ୍ରମୋଦ ପ୍ରଧାନୀ, ରାମଚନ୍ଦ୍ର ପାଣିଗ୍ରାହୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ବିଘ୍ନେଶ୍ୱର ନାଏକ, କେଶବ ଚନ୍ଦ୍ର ନାଏକ, ମାନସ ରଞ୍ଜନ ବାଗ, ଜିତେନ୍ଦ୍ର ପଣ୍ଡା, ହରିଶ୍ଚନ୍ଦ୍ର ନାଏକ, ସୁରେଶ ସାହୁ, ମନୋରଞ୍ଜନ ବାଣୁଆ, ଦୟାନିଧି ନାଏକ, ପ୍ରଧାନୀ ବାଗ, ମହେନ୍ଦ୍ର ନେଗୀ, ରଘୁନାଥ ଖମାରୀ, ଅନିଲ କୁମାର ପ୍ରଧାନୀ, ନବୀନ କୁମାର ନାଏକ, ରମେଶ ଚନ୍ଦ୍ର ଦୁର୍ଗା, ଖଗେଶ୍ବର ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା, ଆଶୁତୋଷ ପୁରୋହିତ, ପ୍ରଶାନ୍ତ ମୁନି, ସଞ୍ଜୟ ସିଙ୍ଗଲ, ରବିନାରାୟଣ ଦାସ, ମଣିରାମ ବାଣୁଆ, କେଶବ ବେଣୁପାଣି, ଦୁଷ୍ମନ୍ତ ଗହିର, ବିନୋଦ କୁମାର ସିଂ, ଆଶିଷ ପୁଝାରୀ, ଦୈତାରୀ ମାଝୀ, ଅଜୟ ଦିପ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଆଗାମୀ ଦିନରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ନିମନ୍ତେ ପ୍ରତି ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହେବା ସହିତ ଆନ୍ଦୋଳନର ସ୍ବର ଉଠିବା ନେଇ ଆଲୋଚନା ହୋଇଥିଲା। ଏଥି ସହିତ ଆନ୍ଦୋଳନ କୁ ତିବ୍ର ଓ ବ୍ୟାପକ କରିବା ନେଇ ଭୁବନେଶ୍ବର ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ବାହାରିବା ପାଇ ମଧ୍ୟ ଆଲୋଚନା କରାଯାଇଥିଲା।

